ମୁନିଗୁଡା ରିପୋର୍ଟରସ କ୍ଲବର ବନ୍ଧୁମିଳନ କାର୍ୟ୍ୟକ୍ରମ,

Mar 20, 2025 - 08:32
Mar 20, 2025 - 08:36
 0  64
ମୁନିଗୁଡା ରିପୋର୍ଟରସ କ୍ଲବର ବନ୍ଧୁମିଳନ କାର୍ୟ୍ୟକ୍ରମ,

ମୁନିଗୁଡା ରିପୋର୍ଟରସ କ୍ଲବର ବନ୍ଧୁମିଳନ କାର୍ୟ୍ୟକ୍ରମ,

ରାୟଗଡା  ଶୁଭମ ବାର୍ତ୍ତା :-ଆଜି ତା -୧୯।୩ ରାୟଗଡ ଜିଲ୍ଲା ମୁନିଗୁଡା ରିପୋର୍ଟରସ କ୍ଲବ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କୁଟୁରାଗଡ ପଞ୍ଚାୟତ ରାମ୍ନା ଖୁପୁଲି ନାଳ ନିକଟ ଆମ୍ବ ତୋଟା ଠାରେ ଏହି କାର୍ୟ୍ୟକ୍ରମ ହୋଇଥିଲା। ନିଜର ବ୍ୟସ୍ତବହୁଳ କାର୍ୟ୍ୟକ୍ରମ ଭିତରେ କର୍ମଜୀବୀ ସାମ୍ବାଦିକ ହିସାବରେ ଆଜିର ଦିବସରେ ସାମ୍ବାଦିକ ମାନେ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ। ଏହି ଅବସରରେ ସଂଘର ସଭାପତି ଉମାକାନ୍ତ ନିମାଲପୁରିଙ୍କ ପୌରହିତ୍ୟରେ ଏକ ସଭା କରାଯାଇଥିଲା। କିପରି ସାମ୍ବାଦିକ ମାନେ ଚାପମୁକ୍ତ ହୋଇ କାର୍ୟ୍ୟ କରିବେ, ଲୋକ ପ୍ରତିନିଧିମାନଙ୍କ ଗୋଡାଣିଆ ନ ହୋଇ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ ତାହା ଆଲୋଚନା ର ପ୍ରମୁଖ ବିଷୟ ଥିଲା। ଗଣତନ୍ତ୍ର ର ଶେଷ ଖୁଣ୍ଟି ହିସାବରେ ଗଣମାଧ୍ୟମ ର ପଦମର୍ଯ୍ୟାଦା ରଖିବାରେ ଗୁରୁତ୍ବ ଦିଆଯାଇଥିଲା। ନିରପେକ୍ଷ ଖବର ପ୍ରସାରଣ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଖବର ରୋକିବାରେ ଚାପ ପ୍ରୟୋଗ କରେ ସଂଘବଦ୍ଧ ଭାବେ କିପରି ମୁକାବିଲା କରାଯାଇପାରିବ ତାହା ସଂଘର ସମ୍ପାଦକ ରଞ୍ଜନ ସ୍ୱାଇଁଙ୍କ ପୌରହିତ୍ୟରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ଅନ୍ତଭୁକ୍ତ କରିବା ଓ ସାମ୍ବାଦିକ ମାନଙ୍କ ପାଇଁ ପେନସନ ଯୋଜନା ଶୀଘ୍ର କାର୍ୟ୍ୟ କରିବାର ଦାବି ଅତିଶୀଘ୍ର ଜିଲ୍ଲା ଓ ରାଜ୍ୟ ସଂଘ ସହ ମିଳିତ ଦାବି କରିବାକୁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇଥିଲା।କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଜିତ ଗୌଡ, ଉପ ସଭାପତି କୌଶଲ ଦୁବେ, ସହ ସମ୍ପାଦକ ଜି. ଶ୍ରିନବାସଙ୍କ ସମେତ ଯୁବ ସାମ୍ବାଦିକ ମହେଶ ବୋହରା, ଦୟାନିଧି ସାହୁ, ସାନ ଗୌଡ,ଲକ୍ଷ୍ମୀକାନ୍ତ ବେହେରା, ଜେମସ ଜନସନ୍, ସଞ୍ଜୟ ନାଗ ,ରମାକାନ୍ତ ପୋଡାଲ, ଧନୁର୍ଜୟ ରାଜୁ, ନରତମ ପାଢ଼ୀ,କେଶବ ସାରାକା ପ୍ରମୁଖ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଲକ୍ଷ୍ମୀ କାନ୍ତ ବେହେରା ପରିଚାଳନା କରିଥିବା ବେଳେ ସାମ୍ବାଦିକ ସଞ୍ଜୟ ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

  ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow