ନର୍ଲା ୟୁ ପି ସ୍କୁଲ୍ ରେ ଅନୁଷ୍ଟିତ ହେଲା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫,

ନର୍ଲା ୟୁ ପି ସ୍କୁଲ୍ ରେ ଅନୁଷ୍ଟିତ ହେଲା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫,
ଶୁଭମ ବାର୍ତ୍ତା :- କଳାହାଣ୍ଡି ର ବିଲୁପ୍ତ ହେବାକୁ ଥିବା କଳା, ସଂସ୍କୃତି,କୁ ଉଦ୍ଜିବିତ କରିବା ଉଦ୍ଦେଶ୍ୟ ରେ ପ୍ରତି ବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା। ଏହି ଘୁମୁରା ଉତ୍ସବ ପ୍ରତିବର୍ଷ ବର୍ଷ ର ଆରମ୍ଭ ମାସ ଜାନୁଆରୀ ମାସ ର ପ୍ରଥମ ସପ୍ତାହ ରୁ ପଞ୍ଚାୟତ ସ୍ତର ରେ ଆରମ୍ଭ ହୋଇ ପରେ ବ୍ଲକ୍ ସ୍ତର ରେ ଅନୁଷ୍ଟିତ ହେବା ପରେ ଶେଷରେ ଜିଲ୍ଲା ସ୍ତର ରେ ଏହି ଉତ୍ସବ କୁ ମହା ଆଡ଼ମ୍ବର ସହିତ ପାଳନ କରାଯାଇ ଥାଏ। ଚଳିତ ବର୍ଷ କିଛି ଦିନ ହେଲା ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ରେ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ ହେଉ ଥିବା ବେଳେ ଆଜି ନର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇ ଯାଇଛି।ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହରପାଲ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେ ବିଭିନ୍ନ ଏସ୍ ଏସ୍ ଜି ଗ୍ରୁପ୍ ର ମହିଳା, ସ୍କୁଲ୍ ଛାତ୍ର ଛାତ୍ରୀ,ଓ ନର୍ଲା ର ଜନ ସାଧାରଣ ବୁଢ଼ା ରଜା ମନ୍ଦିର ରୁ ମଶାଲ ଶୋଭାଯାତ୍ରା ରେ ଆସି ମଞ୍ଚ ରେ ମଶାଲ କୁ ରଖି ଦୀପ ପ୍ରଜ୍ବଳନ କଲା ପରେ କାର୍ଯ୍ୟ କ୍ରମ ଆରମ୍ଭ କରି ଥିଲେ । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ରେ ଝୋଟି, ହୁଳ ହୁଳି, ଠୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଟିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗ ଦେଇ ଥିବା ବେଳେ ଶହ ଶହ ଜନସାଧାରଣ ଙ୍କ ସମାଗମ ହୋଇ ଥିଲା।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






