ଟକର୍ଲା ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ।

ଟକର୍ଲା ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ।
ଶୁଭମ ବାର୍ତ୍ତା :- ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ପ୍ରତି ସପ୍ତାହ ରେ ରାଜ୍ୟ ର ବିଭିନ୍ନ ବ୍ଲକ୍ ସହିତ ପଞ୍ଚାୟତ ଗୁଡ଼ିକ ରେ ଅଭିଯୋଗ ଶୁଣାଣି ଓ ତାର ସମାଧାନ ଶିବିର ମାନ ଆୟୋଜିତ ହୋଇ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ତାର ସମାଧାନ କରାଯାଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଟକର୍ଲା ପଞ୍ଚାୟତ ରେ ମଧ୍ୟ ଅଭିଯୋଗ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ ଶିବିର ରେ ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ ସଭାପତିତ୍ବ କରିଥିବା ବେଳ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ୍ ,ସମିତି ସଭ୍ୟା ବୁଇରାଣୀ ରାଉତ୍ ,ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ୍ ,ପୂର୍ବତନ ପନ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଦନ ନାଏକ୍,ଗିଗନା ପିଇଓ କୃଷ୍ଣ ଚନ୍ଦ୍ର ସାହୁ,ସେରଗଡ ପଞ୍ଚାୟତ ପିଇଓ ପ୍ରଦୀପ୍ ସାହୁ ସମେତ ସମସ୍ତ ବ୍ଲକ ପଦାଧିକାରୀ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକାଶ ସା ପରିଚାଳନା କରିଥିବା ବେଳେ ଏଡିଓ ରୋହିତ ସାହୁ, ମୁଁ ସ୍କୁଟି ଏଡିଓ ଉପେନ୍ଦ୍ର ଗଉଡ,ପଲମ ବିଇଓ ହରିଶଙ୍କର ମିଶ୍ର ଓ ପନ୍ଚାୟତର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ। ଏଥିରେ ୮୪ଟି ଅଭିଯୋଗ ପତ୍ର ଗ୍ରହଣ ସହିତ ପଞ୍ଜିକରଣ କରାଯାଇଥିଲା ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






