ଉଦଯାପିତ ହେଲା ରେଖପୂର୍ ଠାରେ ହେଉ ଥିବା ରାଧାକୃଷ୍ଣ ମନ୍ଦିର ର ପ୍ରତିଷ୍ଠା ଉତ୍ସବ,

Mar 15, 2025 - 12:16
Mar 15, 2025 - 13:12
 0  112
ଉଦଯାପିତ ହେଲା ରେଖପୂର୍  ଠାରେ ହେଉ ଥିବା ରାଧାକୃଷ୍ଣ ମନ୍ଦିର  ର ପ୍ରତିଷ୍ଠା ଉତ୍ସବ,

ଉଦଯାପିତ ହେଲା ରେଖପୂର୍ ଠାରେ ହେଉ ଥିବା ରାଧାକୃଷ୍ଣ ମନ୍ଦିର ର ପ୍ରତିଷ୍ଠା ଉତ୍ସବ 

ଦୀର୍ଘ ୨୮ ବର୍ଷ ପରେ ନର୍ଲା ବ୍ଲକ୍ ଅନ୍ତର୍ଗତ ରେଖପୂର୍ ବାସୀଙ୍କ ସ୍ବପ୍ନ ସାକାର୍ ହୋଇଛି।

ଶୁଭମ ବାର୍ତ୍ତା :- ରେଖପୂର୍ ମାଟି ଏକ କଳାର ମାଟି, ଏହି ମାଟି ସର୍ବେଶ୍ଵର ଭୋଇ ଙ୍କ ଭଳି ଏକ ଲୋକପ୍ରିୟ କଳାକାର୍ କୁ ଜନ୍ମ ଦେଇ ନର୍ଲା ଅଞ୍ଚଳ କୁ ଗୌରବାନିତ୍ତ କରିଛି। ପୂର୍ବରୁ ଏହି ଗାଁ ରେ ରାଧାକୃଷ୍ଣ ଙ୍କୁ ଅସ୍ଥାୟୀ ମଣ୍ଡପ ରେ ସ୍ଥାପନ କରି ଦୋଳ ପୂର୍ଣ୍ଣିମା ପାଳନ କରାଯାଉଥିଲା, ଗାଁ ଲୋକଙ୍କ ପ୍ରଚେଷ୍ଟା ରୁ ଏଠାରେ ଏକ ଭବ୍ୟ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରି ମହା ସମାରୋହ ରେ ତାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି।ମନ୍ଦିର କୁ ଅଶୁରଗଡ ରେ ବାସ କରୁଥିବା ସୁନାମଧନ୍ୟ ମହାରଣା ଗୌରଚନ୍ଦ୍ର ମହାରଣା ନିର୍ମାଣ କରିଥିବା ବେଳେ ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ର ପଣ୍ଡିତ ମନୋଜ୍ କୁମାର୍ ଶତପଥୀ ଓ ତାଙ୍କ ସହଯୋଗୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନା କରି ଥିଲେ।୯ ଦିନ ଧରି ଆୟୋଜିତ ଉକ୍ତ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ର ପ୍ରଥମ ଦିନ ରେ ଶହ ଶହ ମହିଳା ନର୍ଲା ସାନ୍ଦୁଲ୍ ନଦୀରୁ କଳସ ରେ ପାଣି ଧରି ଶୋଭାଯାତ୍ରା ରେ ଯାଇ ନବ ନିର୍ମିତ ମନ୍ଦିର ରେ କଳସ ସ୍ଥାପନ କରି ଥିଲେ।ଏହି ପ୍ରତିଷ୍ଠା ଉତ୍ସବ ରେ ଆଖ ପାଖ ଅଞ୍ଚଳ ରୁ ହଜାର୍ ହଜାର ଶ୍ରଦ୍ଧାଳୁ ଓ ଦର୍ଶକ ଯୋଗ ଦେଇ ନବ ନିର୍ମିତ ମନ୍ଦିର ଭିତରେ ବିରାଜିତ ରାଧାକୃଷ୍ଣ ଙ୍କୁ ଦର୍ଶନ କରିବା ସହିତ ମୀନା ବଜାର ର ମଜା ଉଠେଇ ଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ୨୪ ପ୍ରହର ନାମ ଯଜ୍ଞ ମଧ୍ୟ ଅନୁଷ୍ଟିତ ହୋଇଥିଲା ଉକ୍ତ ନମାଯଜ୍ଞ ରେ ଚାରିଗୋଟି ମହିଳା ସଙ୍କୀର୍ତ୍ତନ ଦଳ ସହିତ ୧୨ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେଇ ଉପସ୍ଥିତ ଦର୍ଶକ ଙ୍କ ମନ ମୋହି ଥିଲେ। ଉକ୍ତମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ୍ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ମଧ୍ୟ ଯୋଗଦେଇ ଥିଲେ। ନର୍ଲା ଅଞ୍ଚଳ ର ସମସ୍ତ ଙ୍କ ସହଯୋଗ ରେ ଏହି କାର୍ଯ୍ୟ କ୍ରମ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଥିଲା।

     ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

Files

What's Your Reaction?

like

dislike

love

funny

angry

sad

wow