ନର୍ଲା ଅଞ୍ଚଳ ର ପୁରୁଣା ଓ ଲୋକପ୍ରିୟ ଦର୍ଜି ତ୍ରିନାଥ ପୃଷ୍ଟି ଙ୍କ ପରଲୋକ ଅଞ୍ଚଳ ରେ ଶୋକ ର ଛାୟା,

ନର୍ଲା ଅଞ୍ଚଳ ର ପୁରୁଣା ଓ ଲୋକପ୍ରିୟ ଦର୍ଜି ତ୍ରିନାଥ ପୃଷ୍ଟି ଙ୍କ ପରଲୋକ, ଅଞ୍ଚଳ ରେ ଶୋକ ର ଛାୟା
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ର ରାଣିବନ୍ଧ ପଡ଼ା ରେ ବାସ କରୁଥିବା ଅଞ୍ଚଳ ର ସର୍ବ ପୁରାତନ ଦର୍ଜି ତ୍ରିନାଥ ପୃଷ୍ଟି ଙ୍କ ୭୭ ବର୍ଷ ବୟସ ରେ ପରଲୋକ ଘଟିଛି। ଆଜି ଦିନ ୨ ଟା ସମୟରେ ସେ ସାଇକେଲ ଯୋଗେ ଭଟାଙ୍ଗ ଗାଁ ରେ ହେଉ ଥିବା ପ୍ରହରୀ ନାମ ଯଜ୍ଞ କୁ ଯାଇ ଥିଲେ, ସେଠାରେ ସେ ଠାକୁର ଦର୍ଶନ କରି ଭୋଗ ଖାଇ ଫେରିଲା ପରେ ଜିତୁ କମ୍ପ୍ଲେକ୍ସ ରେ ଥିବା ବହି ଦୋକନ୍ ରେ କିଛି ଔଷଧ ଖାଇବା ସହିତ ପାଣି ପିଇସାରିବା ପରେ ହୃଦ୍ ଘାତ ରେ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିବା ପ୍ରଥକ୍ଷଦର୍ଶି ସୂଚନା ଦେଇଛନ୍ତି ।ସ୍ବର୍ଗତ ପୃଷ୍ଟି ଙ୍କ ଦୁଇ ଝିଅ ଓ ଏକ ମାତ୍ର ପୁଅ ଅଛନ୍ତି ତାଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ବନ୍ଧୁ ବାନ୍ଧବ ଙ୍କୁ ଅପେକ୍ଷା କଲାପରେ ମଧ୍ୟ ରାତ୍ର ରେ ତାଙ୍କ ଶେଷ କୃତ୍ୟ ନିକଟସ୍ଥ ସାନ୍ଦୂଲ୍ ନଦୀ ରେ ସଂପନ୍ନ କରାଯାଇଛି ।ସେ ଜଣେ ଲୋକପ୍ରିୟ, ମିଷ୍ଟଭାଷୀ ବ୍ୟକ୍ତି ଥିଲେ, ସେଥିପାଇଁ ତାଙ୍କ ଶେଷ କୃତ୍ୟ ରେ ଜାତି ଧର୍ମ ନିର୍ବିଶେଷରେ ପ୍ରତେକ୍ ବର୍ଗ ଲୋକ ଉପସ୍ଥିତ ରହି ତାଙ୍କର ଅମର ଆତ୍ମା ର ସଦ୍ ଗତି କାମନା କରି ଥିଲେ।
ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






