ମୃତ ସ୍ୱାମୀ ଙ୍କୁ ନ ଭୁଲିବାକୁ ସ୍ତ୍ରୀ ଙ୍କ ଉଦ୍ୟମ, ପ୍ରତିମୂର୍ତ୍ତି ସ୍ଥାପନ କରି ପୁଣି ହେଇଗଲେ ସଧବା l

Apr 4, 2025 - 12:39
Apr 4, 2025 - 18:37
 0  26
ମୃତ ସ୍ୱାମୀ ଙ୍କୁ  ନ ଭୁଲିବାକୁ ସ୍ତ୍ରୀ ଙ୍କ  ଉଦ୍ୟମ, ପ୍ରତିମୂର୍ତ୍ତି ସ୍ଥାପନ କରି ପୁଣି ହେଇଗଲେ ସଧବା l

ମୃତ ସ୍ୱାମୀ ଙ୍କୁ ନ ଭୁଲିବାକୁ ସ୍ତ୍ରୀ ଙ୍କ ଉଦ୍ୟମ, ପ୍ରତିମୂର୍ତ୍ତି ସ୍ଥାପନ କରି ପୁଣି ହେଇଗଲେ ସଧବା l

ରାୟଗଡା ଶୁଭମ ବାର୍ତ୍ତା :- ଆଜି ରାୟଗଡା ଜିଲ୍ଲା ମୁନିଗୁଡା ସଦର ଠାରେ ଦେଖିବାକୁମିଳିଛି ଜଣେ ସ୍ତ୍ରୀ ର ସ୍ୱାମୀ ପ୍ରତି ଥିବା ଅନାବିଳ ଶାଶ୍ଵତ ଓ ଚିରନ୍ତନ ପ୍ରେମ ର ଉଦାହରଣ।ମୃତ ସ୍ବାମୀଙ୍କ ସମାନ ଜୀବନ୍ତ ଚେହେରା ର ଅବିକଳ ଦୃଶ୍ୟ, ବିଗତ ୨୦୦୧ ରେ କଲିକତା ରେ ଜୀବନ ସାଥି ରୂପେ ଗ୍ରହଣ କରିଥିଲେ ସାଗରୀକା ରାୟ ସ୍ୱାମୀ ସମୀର ରାୟ ଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବାହାଘର ହୋଇଥିଲା ।ଦୀର୍ଘ ୨୨ବର୍ଷ ପରେ ବି ସ୍ବାମୀ ସ୍ତ୍ରୀ ଙ୍କ ପ୍ରେମ ରେ ଟିକେବି ମଳିନ ପଡ଼ିନଥିଲା। ପରିବାର ର ଦୁଇ ପିଲାଙ୍କ ଦାୟିତ୍ୱ ସହ ଖୁସିରେ ସଂସାର ରଥ ଗଡିଚଳିଥିଲା ।ଗତ ଦୁଇ ବର୍ଷ ହେବ ଏକ ସାଧାରଣ ରୋଗ ରେ ପଡି ସ୍ୱାମୀ ସମୀର ରାୟ ଙ୍କ ମୃତ୍ୟୁ ଘଟି ଥିଲା। ଭାଙ୍ଗିପଡିଥିଲେ ସାଗରୀକା , ହେଲେ ଗ୍ରହଣ କରିପାରିନଥିଲେ ସ୍ବାମୀଙ୍କ ମୃତ୍ୟୁ କୁ ।ହେଲେ ଜଣେ ପୁଅ ଆଉ ଜଣେ ଝିଅ ର ମାଆ ହିସାବରେ ତାଙ୍କ ଉପରେ ଥିଲା ଅନେକ ଦାୟିତ୍ୱ ର ବୋଝ । ହାତରୁ ଭାଙ୍ଗିଯାଇଥିବା ଶଙ୍ଖା ଓ ସିନ୍ଦୁର ଧାରଣ କରି ଜଣେ ସଧବା ମାତୃଶକ୍ତି ବନିଥିଲେ ସାଗରିକା। କଲିକତାରେ ସ୍ବାମୀଙ୍କ ସିଲିକନ୍ ପ୍ରତିମୂର୍ତ୍ତି ତିଆରିକରି ମୁନିଗୁଡା ବାସଭବନରେ ସ୍ଥାପନା କରି, ପୁରୋହିତଙ୍କ ଉପସ୍ଥିତିରେ ହୋମ ଯଜ୍ଞ ସହ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରି ପୁନର୍ବାର ହିନ୍ଦୁ ରୀତିନୀତି ଅନୁଯାୟୀ ଶଙ୍ଖା ସିନ୍ଦୁର ଧାରଣ କରିଛନ୍ତି। ପିଲାମାନେ ବି ବାପାଙ୍କ ମୂର୍ତ୍ତି ଉପସ୍ଥିତି ରେ ବେଶ ଖୁସି। ସାତଜନ୍ମର ସାଥିଙ୍କୁ ଗୋଟେ ଜନ୍ମ ରୁ ଅଧାରୁ ଛାଡନ୍ତେ ବା କେମିତି ସ୍ତ୍ରୀ ଜଣଙ୍କ। ଏହା ବୋଧେ ସ୍ବାମୀ ସ୍ତ୍ରୀଙ୍କ ର ପ୍ରକୃତ ଶାଶ୍ଵତ ଚିରନ୍ତନ ସମ୍ପର୍କ l

     ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow