ପରିତ୍ୟକ୍ତ ସ୍ଥାନରେ ପଡିଛି ରକ୍ତ ନମୁନା, ତଦନ୍ତ ଦାବି,

Mar 18, 2025 - 06:10
 0  45
ପରିତ୍ୟକ୍ତ ସ୍ଥାନରେ ପଡିଛି ରକ୍ତ ନମୁନା, ତଦନ୍ତ ଦାବି,

ପରିତ୍ୟକ୍ତ ସ୍ଥାନରେ ପଡିଛି ରକ୍ତ ନମୁନା, ତଦନ୍ତ ଦାବି,

ଶୁଭମ ବାର୍ତ୍ତା :- କଳାହାଣ୍ଡି : ମ.ରାମପୁର ପ୍ରାଣୀ ବିଭାଗରେ ବିଭିନ୍ନ ସମୟରେ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି।ଗାଈ, ଛେଳି ଭଳି ଗୃହପାଳିତ ପଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ବିନା ପରୀକ୍ଷାରେ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି। ଫଳରେ ଯେଉଁ ଚାଷୀଙ୍କ ଗାଈ କିମ୍ବା ଛେଳି ଭଳି ଗୃହପାଳିତ ପଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥାଏ ପରୀକ୍ଷା କରାନଯାଇ ଫିଙ୍ଗିବା ଦ୍ଵାରା ରୋଗ ଚିହ୍ନଟ ହୋଇପାରିବ ନାହିଁ। ଫଳରେ ଚିକିତ୍ସା ଅଭାବରୁ ସେମାନଙ୍କ ମୃତ୍ୟୁ ଘଟିବା ନିଶ୍ଚିତ।ତେଣୁ ଏଥିପାଇଁ ଦାୟୀ କିଏ ରହିବ ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।।ମ.ରାମପୁର ଭ୍ରାମ୍ୟମାଣ ପ୍ରାଣୀ ୟୂନିଟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାନକରି ଅଫିସ୍ ପରିସରରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଥିବା ଅଭିଯୋଗ ସର୍ବସାଧାରଣ ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।ରକ୍ତ ନମୁନା ସଂଗ୍ରହ କରୁଛନ୍ତି ସତ, ହେଲେ ପରୀକ୍ଷା ପାଇଁ ପଠାଉନଥିବା କେତେଦୂର ଗ୍ରହଣୀୟ ତାହା ତଦନ୍ତ ସାପେକ୍ଷ ।ପୂର୍ବରୁ ଏହି ଚିକିତ୍ସାଧିକାରୀଙ୍କ ନାଁ ରେ ଭ୍ରାମ୍ୟମାଣ ପ୍ରାଣୀ ୟୂନିଟ ଭ୍ୟାନରେ ଡ୍ରାଇଭିଙ୍ଗ ଶିଖୁଥିବା ଓ ଅନିୟମିତତା କରୁଥିବା ଅଭିଯୋଗକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲାଏବଂ ପରେ ଅଂଚଳବାସୀ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ବିଧାୟିକା ଚିଠି ସଂଖ୍ୟା ୬୪/୮୧ରେ ୧୮/୦୮/୨୪ତାରିଖରେ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଲିଖିତ ଭାବେ ଏ ସମ୍ପର୍କରେ ଅବଗତ କରାଇଥିଲେ। ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଘଟଣାକୁ ଚପାଇ ଦେଇଥିବା ସ୍ପଷ୍ଟମନେ ହେଉଛି । ଏଭଳି ସଙ୍ଗୀନ ଅଭିଯୋଗ କୁ ଭ୍ରାମ୍ୟମାଣ ପ୍ରାଣୀ ୟୂନିଟର ଚିକିତ୍ସାଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କୁ ପଚାରିବାରୁ ରକ୍ତ ନମୁନା ପରୀକ୍ଷା ପରେ ଫିଙ୍ଗି ଦିଆଯାଇଛି ବୋଲି ଉତ୍ତରରେ କହିଥିଲେ। ବିଭାଗୀୟ ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଆଶିଷ ପଟ୍ଟନାୟକଙ୍କୁ ପଚାରିବାରୁ ପ୍ରଥମେ ରକ୍ତ ନମୁନା ସଂଗ୍ରହ କରି ଭବାନୀପାଟଣା ସିଆଇଏଲ କୁ ପରୀକ୍ଷା ପାଇଁ ପଠାଯାଇଥାଏ। ରିପୋର୍ଟ ଆସିବା ପରେ ନିୟମ ଥିବା ବେଳେ ମ.ରାମପୁରରେ କୈାଣସି ପରୀକ୍ଷା କରିବା କିମ୍ବା ଚିକିତ୍ସାଧିକାରୀ ପରୀକ୍ଷା କରିବା ନିୟମ ନାହିଁ ବୋଲି କହିଥିଲେ। ଏଭଳି ଘଟଣାର ତଦନ୍ତ କରାଯିବ ଯିଏ ଦୋଷୀ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପ୍ରକାଶ କରିଛନ୍ତି। ତେଣୁ ଯଥାଶୀଘ୍ର ଏହାର ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow