କଲହାଣ୍ଡି କେସିଙ୍ଗା ତେଲ ନଦୀ ବ୍ରିଜରେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ

Aug 20, 2024 - 16:29
Aug 20, 2024 - 16:59
 0  122
କଲହାଣ୍ଡି କେସିଙ୍ଗା ତେଲ ନଦୀ  ବ୍ରିଜରେ  ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ

କଲହାଣ୍ଡି ତେଲ ନଦୀ ବ୍ରିଜ ରେ  ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। 

କଳାହାଣ୍ଡି ଶୁଭମ୍ ବାର୍ତ୍ତା :- କେସିଙ୍ଗା ସହର ସ୍ଥିତ ତେଲ ନଦୀ ବ୍ରିଜ ରେ ପ୍ରେମୀ ଯୁଗଳଙ୍କ ଆତ୍ମ ହତ୍ୟା ଉଦ୍ୟମ କରିବା ଫଳରେ ପ୍ରେମିକା ନା ବାଳିକା ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି, ପ୍ରେମିକ ଘନଶ୍ୟାମ ଟିଟିଲାଗଡ଼ ଡାକ୍ତର ଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ଜି ଆର ପି ପୋଲିସ୍ ତଦନ୍ତ କରୁଥିବା ବେଳେ ପରିବାର ଲୋକେ ପ୍ରେମ ବିବାହ କୁ ବିରୋଧ କରିବାରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ।ପ୍ରେମ ସମ୍ପର୍କ କୁ ନେଇ ପରିବାର ଲୋକେ ବିରୋଧ କରିବାରୁ ପ୍ରେମିକ ଏବଂ ପ୍ରେମିକା ଙ୍କ ଚରମ ନିଷ୍ପତ୍ତି ଦୁହେଁ ଏକ ମାଳବାହି ଟ୍ରେନ ସମ୍ମୁଖକୁ ଡେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପ୍ରେମିକା ଙ୍କ ଘଟଣା ସ୍ଥଳ ରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ଜଣକ ଗୁରୁତର ଆହତ ହୋଇ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇମେଡିକାଲ କୁ ସ୍ଥାନାନ୍ତର କରାଯାଇଛି,ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନ ରେ ଏକ ମାଳବାହୀ ଟ୍ରେନ ଆଗକୁ କେସିଙ୍ଗା ବ୍ଲକ ବିନେକେଲା ଗାଁ ର ଘନଶ୍ୟାମ ବାଗ ଏବଂ ଜଣେ ନାବାଳିକା ପ୍ରେମିକା ଆତ୍ମହତ୍ୟା କରିବା ନେଇ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ l ଘଟଣା ସ୍ଥଳରେ ପ୍ରେମିକା ଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ଙ୍କ ଗୋଡ଼ କଟି ଯାଇଛି l ଗୁରୁତର ଅବସ୍ଥାରେ ଟ୍ରେନ ଡ୍ରାଇଭର ଯୁବକ କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନା ରେ ଭର୍ତି କରିଥିଲେ l ଏନେଇ ଟିଟିଲାଗଡ଼ ଜିଆର ପି ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow