ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ,

Aug 19, 2024 - 19:55
 0  21
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ,

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ,

କଳାହାଣ୍ଡି ଶୁଭମ୍ ବାର୍ତ୍ତା:-  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି | ରକ୍ଷାବନ୍ଧନ ହେଉଛି ହିନ୍ଦୁ ମାନଙ୍କ ଏକ ପ୍ରଧାନ ପର୍ବ, ଦ୍ୱାପର ଯୁଗରେ ମଧ୍ୟ ରାକ୍ଷୀର ଉଦାହରଣ ରହିଛି, ଶ୍ରୀକୃଷ୍ଣ ଙ୍କ ହାତ ଆଙ୍ଗୁଳିରେ କ୍ଷତ ଚିହ୍ନ ଦେଖି ଦ୍ରୌପଦୀ ନିଜ ପଣତକାନି ଚିରି ତାଙ୍କ ଆଙ୍ଗୁଳି ରେ ବାନ୍ଧିଥିଲେ ଓ ଭଉଣୀର ସବୁ ବିପଦ ରେ ଠିଆ ହେବା ଓ ଭଉଣୀ ର ସମ୍ମାନ ରକ୍ଷା କରିବାକୁ ଭାଇ ପ୍ରତିଶୃତି ଦିଏ | ଏହିଦିନ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମ ହୋଇଥିବା ରୁ ଏହି ପର୍ବ କୁ ଗହ୍ମା ପୁର୍ଣିମା ମଧ୍ୟ କୁହାଯାଏ | ଏହିଦିନ ହିନ୍ଦୁ ମାନେ ଗାଈ ଓ ବଳଦ ମାନଙ୍କୁ ମଧ୍ୟ ପୂଜା କରନ୍ତି | ରାକ୍ଷୀ ପୁର୍ଣିମା ଭାଇ ଭଉଣୀର ପବିତ୍ର ସମ୍ପର୍କ କୁ ଆହୁରି ମଜବୁତ କରିଥାଏ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼.ଶିବରାମ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ପ୍ରଥମେ ସ୍କୁଲର ସମସ୍ତ ଭଉଣୀ ମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା ଓ ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ, ଚଞ୍ଚଳା ଶର୍ମା, ସୁଶ୍ରୀ ସାହୁ, ସରିତା ବାଗେଲେ, ଚନ୍ଦ୍ରପ୍ରଭା ମିଶ୍ର ସହଯୋଗ କରିଥିଲେ |

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow