ଆଦିବାସୀ ମେଳା ରେ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ସମ୍ମାନିତ ହୋଇ ଗାଁ କୁ ଫେରିଲେ ଶିକ୍ଷକ ଲଳିତ ମୋହନ୍ ଭୋଇ, ଗାଁ ରେ ଖୁସିର ଲହରୀ,

ଆଦିବାସୀ ମେଳା ରେ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ସମ୍ମାନିତ ହୋଇ ଗାଁ କୁ ଫେରିଲେ ଶିକ୍ଷକ ଲଳିତ ମୋହନ୍ ଭୋଇ, ଗାଁ ରେ ଖୁସିର ଲହରୀ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ମଦନ ପୁର୍ ରାମ୍ ପୁର ବ୍ଲକ୍ ଅନ୍ତର୍ଗତ ମସ୍କା ଦାଣ୍ଡି ଗାଁ ର ପ୍ରାଥମିକ ସ୍କୁଲ ଶିକ୍ଷକ ଲଳିତ୍ ମୋହନ୍ ଭୋଇ ଜଣେ ନିଆଁରା ମଣିଷ । ବୃତ୍ତି ରେ ଜଣେ ସ୍କୁଲ୍ ଶିକ୍ଷକ ହେଲେ ମଧ୍ୟ ନିଜ ନିଷ୍ଟା, ଏକାଗ୍ରତା ଓ ପରିଶ୍ରମ ବଳରେ ସେ ଅନେକ ଗୁଣ ର ଅଧିକାରୀ ହୋଇ ପାରିଛନ୍ତି। ନିରବଚ୍ଛିନ୍ନ ସାଧନା ଦ୍ଵାରା ଏକା ଧାର ରେ ଜଣେ ଲେଖକ,ଗୀତିକାର, କଣ୍ଠ ଶିଳ୍ପୀ, ମଞ୍ଚ ଉଦ୍ଘୋଶକ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଆଦିବାସୀ ଙ୍କ କୁଇ ଭାଷା ରେ ମଧ୍ୟ ଅନେକ ପୁସ୍ତକ ରଚନା କରି ଦିଲ୍ଲୀ ର ଏକ ମଞ୍ଚ ରେ ପୁରସ୍କୃତ ହୋଇ ଛନ୍ତି,ତାଙ୍କର ଅନେକ ଲୋକ ଗୀତ ଓ ଆଧୁନିକ ଗୀତ ମୁକ୍ତିଲାଭ କରି ଲୋକଙ୍କ ପାଖରେ ଆଦୃତ ହୋଇ ପାରିଛି,ସେଥିପାଇଁ ସେ ବିଭିନ୍ନ ମଞ୍ଚ ରେ ଅନେକ ମାନପତ୍ର ସହିତ ସମ୍ମାନିତ ହୋଇ ଥିବା ବେଳେ ଗତ ରବିବାର ଦିନ ରାଜଧାନୀ ଭୁବନେଶ୍ଵର ଠାରେ ଆୟୋଜିତ ଆଦିବାସୀ ମେଳା ରେ ମୁଖ୍ୟ ମନ୍ତ୍ରୀ ମୋହନ୍ ଚରଣ ମାଝୀ ଙ୍କ କର କମଳ ରେ ମାନପତ୍ର ସହିତ ୧୫ ହଜାର ଟଙ୍କା ପୁରସ୍କାର ରାଶି ପାଇ ନିଜ ଗାଁ ମସ୍କା ଦାଣ୍ଡି ର ନାଁ ସହିତ କଳାହାଣ୍ଡି ଜିଲ୍ଲା ର ଏକ ସୁଯୋଗ୍ୟ ସନ୍ତାନ ଭାବେ ନିଜକୁ ପରିଗଣିତ କରିପାରିଛନ୍ତି। ଆଜି ସେ ତାଙ୍କ ଗାଁ କୁ ଫେରିବା ପରେ ଗ୍ରାମ ବାସୀ ବାଜା ରୋଷଣୀ ସହିତ ବନ୍ଧା ପଣା କରି ଭବ୍ୟ ସ୍ବାଗତ କରି ଗାଁ ପରିକ୍ରମା କରିଥିଲେ। ଲଳିତ ମୋହନ୍ ଙ୍କ ଏହି ସୁନାମ ପାଇଁ ଗ୍ରାମ ବାସୀ ନିଜ କୁ ଗର୍ବ ଅନୁଭବ କରିବା ସହିତ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟ ବାଦ୍ ଜ୍ଞାପନ କରିଛନ୍ତି
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






