ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ମୁଖ୍ୟ ଚିକତ୍ସା ଅଧିକାରୀ ଙ୍କ ଯୋଗ ଦାନ,

ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ମୁଖ୍ୟ ଚିକତ୍ସା ଅଧିକାରୀ ଙ୍କ ଯୋଗ ଦାନ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ନୂତନ ମୁଖ୍ୟ ଚିକତ୍ସା ଅଧିକାରୀ ଭାବେ ଶ୍ରୀଯୁକ୍ତ ଆଶୁତୋଷ ପଧାନ୍ ଯୋଗଦାନ୍ କରିଛନ୍ତି ଶ୍ରୀଯୁକ୍ତ ପଧାନ୍ ପୂର୍ବରୁ ବାଲେଶ୍ୱର ଡାକ୍ତରଖାନା ରେ କାର୍ଯ୍ୟରତ ଥିଲେ। ନର୍ଲା ରେ ଥିବା କାର୍ଯ୍ୟରତ ଡାକ୍ଟର ଅକ୍ଷୟ କୁମାର ଗୋଛାୟତ ଲାଞ୍ଜିଗଡ଼ ରୁ ଡେପୁଟେସନ୍ ରେ ଆସିଥିବାରୁ ସେ ପୁନଃ ଲାଞ୍ଜିଗଡ଼ ଚିକିତ୍ସା ଲୟ କୁ ଯିବେ ବୋଲି ସୂଚନା ମିଳିଛି। ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୨୬ ଟି ପଞ୍ଚାୟତ ର ଲୋକ ନିର୍ଭର କରୁଥିବା ବେଳେ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର କୁ ସରକାର ଏକ୍ସରେ ମେସିନ୍ ସହିତ ତାକୁ ପରିଚାଳନା ପାଇଁ କର୍ମଚାରୀ ନିଯୁକ୍ତି କରିଥିଲେ ମଧ୍ୟ ତିନି ଫେଜ୍ ର ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ଏକ୍ସରେ ମେସିନ୍ ଚାଲୁ ନ ଥିବା କଥା ପ୍ରକାଶ୍ କରିଛନ୍ତି ଡାକ୍ତର ଆଶୁତୋଷ ପଧାନ୍ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରେ ତିନି ଫେଜ୍ ର ବିଦ୍ୟୁତ୍ ସଂଯୋଗ କରିବାକୁ ସାଧାରଣ ରେ ଦାବୀ ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






