*ସ୍ବର୍ଗୀୟା ସୁମିତା ନାୟକ(ରୁବି ) ଙ୍କ ଚତୁର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ " ଜଳଛତ୍ର ର " ଭବ୍ୟ ଆୟୋଜନ,

May 1, 2025 - 17:59
 0  8
*ସ୍ବର୍ଗୀୟା ସୁମିତା ନାୟକ(ରୁବି ) ଙ୍କ ଚତୁର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ " ଜଳଛତ୍ର ର " ଭବ୍ୟ ଆୟୋଜନ,

ସ୍ବର୍ଗୀୟା ସୁମିତା ନାୟକ(ରୁବି ) ଙ୍କ ଚତୁର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ " ଜଳଛତ୍ର ର " ଭବ୍ୟ ଆୟୋଜନ,

ଶୁଭମ ବାର୍ତ୍ତା /କଳାହାଣ୍ଡି /ଭବାନୀପାଟଣା : ଖରାଦିନ ରେ ଜଳ ଦାନ କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ଶାସ୍ତ୍ର ରେ ବର୍ଣ୍ଣିତ ଅଛି, ସେଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ଜଳ ଦାନ କରୁଥିବା ନଜର କୁ ଆସୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ପ୍ରଦେଶୀ ପଡ଼ା ରେ ସ୍ବର୍ଗୀୟା ସୁମିତା ନାୟକ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏକ ଭବ୍ୟ ଜଳଛତ୍ର ର ଆୟୋଜନ କରାଯାଇଥିଲା। ବିଶିଷ୍ଟ ସମାଜସେବୀକା ଶ୍ରୀମତୀ ଶର୍ମିଷ୍ଠା ନାୟକ ଓ ଶ୍ରୀଯୁକ୍ତ ଅତୁନୁ ନାୟକ ଓ ତାଙ୍କ ପରିବାରବର୍ଗ ଙ୍କ ଦ୍ଵାରା ଆୟୋଜିତ ଏହି ପ୍ରୟାସରେ କଳାହାଣ୍ଡି ସାଂସଦ ମାନନୀୟା ଶ୍ରୀମତୀ ମାଳବିକା ଦେବୀଙ୍କ କରକମଳରେ ଶୁଭ ଉଦଘାଟନ ହୋଇଥିଲା। ଏହି ଶୁଭ ଅବସରରେ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ବିଜେପି ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ମହାନ୍ତି , ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅନାମ ନାଏକ, ଲାଞ୍ଜିଗଡ଼ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ମାଝୀ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷୀ ଦାସ୍ ବିଜେପି ସାଧାରଣ ସମ୍ପାଦକ ଜୟଶଙ୍କର୍ ନାଏକ୍,ବିଜେପି ନଗର ସଭାପତି ସନ୍ତୋଷ ବିଶି,କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା ବିଜୟ ଦେବ ସାହୁ,ବିଜେପି ରାଷ୍ଟ୍ର୍ଷୀୟ ଯୁବମୋର୍ଚା ର ସଭାପତି ଦିବ୍ୟଜ୍ୟୋତି ମୁଣ୍ଡ , ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ନରହରି ପଟ୍ଟନାୟକ,କୈଶବ ବିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସର ରେ ସାଂସଦ ମାଳବିକା ଦେବୀ ଜଳ କୁ ପ୍ରଦୂଷଣ ମୁକ୍ତ କରିବା ଓ ଏହାର ସଂଘରକ୍ଷଣ ସହ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ନିଜକୁ ସୁରକ୍ଷିତ ରହିବାକୁ ଉପସ୍ଥିତ ପଥଚାରି ଏବଂ ଭବାନୀପାଟଣା ସହରବାସୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଭବ୍ୟ ଜଳଛତ୍ର ଆୟୋଜନ କାର୍ଯ୍ୟକ୍ରମ ରେ ନାୟକ ପାରିବାର ବର୍ଗର ଶ୍ରୀ ସୁମନ୍ତ ନାୟକ, ଅଳ୍ପନା ନାୟକ, ଗୋପୀନାଥ ନାୟକ, ଜୟନ୍ତ ନାୟକ, ସୁଜାତା ନାୟକ, ସତ୍ୟମ ନାୟକ, ଅରୁଭା ନାୟକ, ଅତ୍ରିଷ୍ଠା ନାୟକ ପ୍ରମୁଖ ସହଯୋଗ କରିବା ସହ ଦହି ସରବତ ବଣ୍ଟନ ରେ ସାହାଯ୍ୟ କରିଥିଲେ। ଏଭଳି ଏକ ମହତ ଉଦେଶ୍ୟ ନେଇ କାମ କରିଥିବା ସୁମନ୍ତ ନାୟକ ଓ ସମାଜସେବୀ ଶର୍ମିଷ୍ଠା ନାୟକ ଙ୍କୁ ଭବାନୀପାଟଣା ସହର ତଥା ଆଖପାଖ ଅଂଚଳରେ ଭୁୟସୀ ପ୍ରଂଶସା କରାଯାଉଥିବା ପରିଲିକ୍ଷିତ ହେଉଛି।

   କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow