କଳାହାଣ୍ଡି ଜିଲ୍ଲା ପେସାଦାର୍ ସାମ୍ବାଦିକ ସଂଘ ତରଫରୁ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ,

କଳାହାଣ୍ଡି ଜିଲ୍ଲା ପେସାଦାର୍ ସାମ୍ବାଦିକ ସଂଘ ତରଫରୁ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ,
ଶୁଭମ ବାର୍ତ୍ତା :- ଗଣମାଧ୍ୟମ କୁ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ବୋଲି କୁହାଯାଏ ସେଥିପାଇଁ ଗଣମାଧ୍ୟମ କୌଣସି ଦଳୀୟ ଚାପ ର ବଶବର୍ତ୍ତୀ ନ ହୋଇ ସ୍ଵାଧୀନ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ୍, ତାକୁ ମନେପକେଇବା ପାଇଁ ସାରା ବିଶ୍ବ ରେ ମେ ମାସ ର ତିନି ତାରିଖ କୁ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ଭାବରେ ପାଳନ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ସହର ରେ ଥିବା ହୋଟେଲ୍ ଭାଗିରଥି ଇନ୍ ରେ ମଧ୍ୟ ଜିଲ୍ଲା ପେସାଦାର୍ ସାମ୍ବାଦିକ ସଂଘ ତରଫରୁ ଏହି ଦିବସ କୁ ମହା ଆଡମ୍ବର ସହିତ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର୍ ଦର ୱାନ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ଶାନ୍ତନୁ ବେହେରା, ବରିଷ୍ଟ ସାମ୍ବାଦିକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ଜଗତ ର ଭୀଷ୍ମ ପିତାମହ ଶ୍ରୀଯୁକ୍ତ ଉମାଶଙ୍କର କର ଓ ପଦ୍ମଶ୍ରୀ ପଟ୍ଟାୟତ ସାହୁ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମ ଓ ଗଣମାଧ୍ୟମ ର ସ୍ଵାଧୀନତା ବିଷୟରେ ନିଜ ନିଜ ମତ ରଖିଥିଲେ।ଏହି ଅବସର ରେ ସାଂସଦ ମାଳବିକା ଦେବୀ କଳାହାଣ୍ଡି ରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ୍ ଅଧକ୍ଷ ବିନ୍ଦୁ ମହାନନ୍ଦ ମଧ୍ୟ ଏକ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମସିହା ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁନିଲ୍ କୁମାର୍ ନାଏକ ଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ରେ ସମ୍ମାନିତ କରିଥିବା ବେଳେ ସାମ୍ବାଦିକତା କ୍ଷେତ୍ର ରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଶ୍ରୀଯୁକ୍ତ ସତ୍ୟ ନାରାୟଣ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବିଶି ଧନ୍ୟବାଦ୍ ଅର୍ପଣ କରିଥିଲେ ।
କଳାହାଣ୍ଡି ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






