ଶ୍ରମିକ ବଦଳରେ ମେସିନରେ କାମକରି ଟଙ୍କା ହରିଲୁଟ.

ଲାଞ୍ଜିଗଡ,(ଶୁଭମ ବାର୍ତ୍ତା):ଉଭୟ ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା କୁହାଯାଉଛି । ଯାହାଫଳରେ ଶ୍ରମିକଙ୍କୁ କାମରେ ନିୟୋଜିତ ନକରି ମେସିନ ମାଧ୍ୟମରେ ଖୁଲମ ଖୁଲା କାମ କରାଯାଉଛି। ଏହି ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଓ ଅର୍ଥନୀତି କ୍ଷେତ୍ରରେ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି ଓ ଏଥି ପାଇଁ ମନରେଗା ଯୋଜନାକୁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ ହୋଇଛି। ହେଲେ ଆଇନର ନୀତିନିୟମକୁ କିଛି ଅସାଧୁ କର୍ମଚାରୀ ମନରେଗା ଯୋଜନାକୁ ଦିଶା ହୀନ କରୁଥିବା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି। ଏହି ଭଲି ସଂଗୀନ ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଗ୍ରାମପଞ୍ଚାୟତ ସ୍ଥିତ ବିଜେପୁର ଗାଁ ପୋଖରୀ ଉନ୍ନତିକରଣ କାର୍ଯ୍ୟରେ। ମନରେଗା ଯୋଜନା ମାଧ୍ୟମରେ ପୋଖରୀ ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା କିନ୍ତୁ ଚତୁରତାର ସହିତ ମନରେଗା ଯୋଜନା ଜଣା ପଡ଼ିଯିବ ବୋଲି କୌଣସି ସୂଚନା ଫଳକ ନ ଲଗାଇ କାମ କରାଯାଇଛି ଓ ପୋଖରୀ କାମସମ୍ପୂର୍ଣ୍ଣ ହେଲା ପରେ ସେହି ସ୍ଥାନରେ ୨ଟି ସୂଚନା ଫଳକ ଲାଗିଛି। ଯାହାକି ଆର୍ଥିକ ବର୍ଷ ୨୧-୨୨ମସିହାରେ ଅଟକଲ ମୂଲ୍ୟ ୫ ଲକ୍ଷ ଥିବା ବେଳେ ୨୩-୨୪ଆର୍ଥିକ ବର୍ଷ ପାଇଁ ଅଟକଲ ମୂଲ୍ୟ ୧୦ଲକ୍ଷ ଟଙ୍କା ରହିଛି। ତେବେ ଶ୍ରମିକ ନ ଲଗାଇ ମେସିନ ମାଧ୍ୟମରେ କାମ ସାରି ୧୫ଲକ୍ଷ୍ୟ ଟଙ୍କା ଆତ୍ମସାତ କରିବା ପଛରେ କାହାର ହାତ ରହିଛି ଯାହାକି ଏବେ ସନ୍ଦେହ ଘେରରେ ଗ୍ରାମ ରୋଜଗାର ସେବକ ଓ ଗାଁ ସାଥି ମିଳିମିଶି ହରିଲୁଟ କରିନାହାନ୍ତି ତୋ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଉକ୍ତ କାମ ପାଇଁ ସ୍ଥାନୀୟ ଜିଲ୍ଲାପରିଷଦଙ୍କୁ ପଚାରିବାରୁ ସେହିଟା ମନରେଗା କାମ ନୁହେଁ ଏଇଟା ସିଏଫସି,ଏସଏଫସି ଫଣ୍ଡରୁ କାମଚାଲିଛି ଓ ମେସିନ ମାଧ୍ୟମରେ କାମ କରିପାରିବେ ବୋଲି କହିଛନ୍ତି।ତେବେ ଉକ୍ତ ଫଣ୍ଡର କାମ ଚାଲିଛି ତାହା ହେଲେ ଏବେ ଯାଏଁ କୌଣସି ସୂଚନା ଫଳକ ଲାଗି ନଥିବା ବେଳେ ସନ୍ଦେହ କରି କାମ ଦେଖାରେଖା କରୁଥିବା ବ୍ୟକ୍ତିଙ୍କୁ ପଚାରିବାରୁ ସିଏଫସି ଫଣ୍ଡ ଏବେ ଯାଏଁ ଦେଇ ନାହାନ୍ତି ସିଏଫସି ଫଣ୍ଡ ଦେବୁ କହିବାରୁ ମୁଁ ମେସିନ ମାଧ୍ୟମରେ କାମ କରିଛି ବୋଲି କହିଛନ୍ତି। ତେବେ ମନରେଗା ମାଧ୍ୟମରେ ୧୫ ଲକ୍ଷ ଟଙ୍କାରେ ପୋଖରୀ ଉନ୍ନତି କରଣ କାର୍ଯ୍ୟ ସରିସାରିଛି ହେଲେ ମନରେଗାର ୨ଟି ଫଣ୍ଡ ତଥା ୧୫ଲକ୍ଷ୍ୟ ଟଙ୍କା ନିୟଣ୍ଟ ହେଲା ନା ଆଉ କଣ ଉଦେଶ୍ୟ ଥିଲା ଏଠି ଏବେ ବଡ ପ୍ରଶ୍ନବାଚି ସୃଷ୍ଟି ହେଉଛି l ତେବେ ସିଏଫସି ଫଣ୍ଡ ଦେଖାଇ ମନରେଗାରେ ମଞ୍ଜୁର ହୋଇଥିବା ୧୫ଲକ୍ଷ ଟଙ୍କା ଗ୍ରାମରୋଜଗାର ସେବକ, ଗାଁସାଥି ଓ କିଛି ନେତା ମିଶି ହରିଲୁଟ କରୁନାହାନ୍ତି ତ ବୋଲି ଏବେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଉକ୍ତ କାର୍ଯ୍ୟକୁ ସଠିକ ତଦନ୍ତ କରିବାକୁ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମ ବାସୀ। ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏହାର କେବେ ସଠିକ ତଦନ୍ତ କରୁଛି ନା କିଛି ହାତ ଗଣତି ପାଇ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଛି ତାହା ଦେଖୁବାକୁ ବାକି ରହିଲା।
କଳାହାଣ୍ଡି ରୁ ତୁଳସୀ ରାମ ପ୍ରଧାନୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






