କଲମପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ,

Sep 28, 2024 - 04:58
 0  27
କଲମପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ,

କଲମପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ,

   ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କଲମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସାହିତ୍ୟିକ ଅଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ l ଶିଶୁ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ସୁରଭି ର ଆୟୋଜନ ଏକ ଅଭିନଵ ପ୍ରୟାସ l ଏହି କାର୍ଯ୍ୟକ୍ରମରେ ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀର ୧୧୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ସାହୁ ମୁଖ୍ୟ ଅତିଥି, ଅଜୟ କୁମାର ଦାଶ ମୁଖ୍ୟ ବକ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ ଖମାରୀ, ବିଭୁତି ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ସିଆରସିସି ନବଘନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଶିକ୍ଷକ ସନ୍ତୋଷ ଚୌଧୁରୀ, ମଧୁସ୍ମିତା ରଥ, ମନ୍ମଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ l ସନ୍ତୋଷ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷୟିତ୍ରୀ ସଂଯୁକ୍ତା ମୁଣ୍ଡ, ନଳିନୀ ପ୍ରଭା ଦାସ, ସନାତନ ଭଞ୍ଜ, ଘନଶ୍ୟାମ ନାଏକ, ପ୍ରଦୀପ କୁମାର ମାଝୀ, ଦୀପକ ଅଟ୍ଟା, ତ୍ରିଲୋଚନ ଧଳ, ସୁଦାମ ସାହୁ, ହୃଷିକେଶ ମିଶ୍ର, ଲକ୍ଷ୍ମଣ ଛତ୍ରିଆ, କ୍ଷୀରୋଦ ସାହୁ ବାବୁରାଓ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ l ବିଭିନ୍ନ ଵିଦ୍ୟାଳୟର, ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ନୃତ୍ୟ ଚିତ୍ତାକାର୍ଷକ ହୋଉଥିଲା l କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l

    କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow