ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ୭୮ତମ ସ୍ୱାଧୀନତା ଦିବସ ପାଳିତ
କଳାହାଣ୍ଡି ଶୁଭମ ବାର୍ତ୍ତା :- ଆଜି ଆମ ଦେଶ ଭାରତ ବର୍ଷର ଗାଁ ଠୁ ସହର ସବୁଠି ୭୮ ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଆଜି ହେଉଛି ଅଗଷ୍ଟ ୧୫ ଅର୍ଥାତ ଆମ ଦେଶର ୭୮ତମ ସ୍ୱାଧୀନତା ଦିବସ | ଏହି ଦିବସଟି ସମସ୍ତ ଭାରତୀୟ ମାନଙ୍କ ପାଇଁ ଏକ ଗର୍ବ ଆଉ ଗୌରବର ଦିବସ | ଏହି ଦିନ ଇଂରେଜ ମାନଙ୍କର ଏକଛତ୍ରବାଦ ଶାସନ ରୁ ମୁକ୍ତ ହୋଇ ସ୍ୱାଧୀନତା ହାସଲ କରିଥିଲେ | କଥାରେ ଅଛି *ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ* ଭାରତ ଭୂମି ଏକ ପବିତ୍ର, ସମୃଦ୍ଧ, ରତ୍ନଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନ ଦେଶ, ଏହା କୁ ସୁନାର ଭାରତ ବୋଲି କୁହାଯାଏ | ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ଯବାନ ଓ ମହାପୁରୁଷ ମାନଙ୍କୁ ମନେ ପକାଇ ଅମୃତସମ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ସଦା ସର୍ବଦା ଚେଷ୍ଟିତ ରହିବା କୁ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ରାଷ୍ଟ୍ରୀୟ ସଂଗୀତ ସହ ସଭା ସାଙ୍ଗ ହୋଇଥିଲା |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






