ବେଲଗୁଣ୍ଠା ବ୍ଲକ ଓ ଏନ,ଏ,ସି, ର ବିଭିନ୍ନ ଅନୁଷ୍ଠାନରେ ୭୮ ତମ ସ୍ବାଧୀନତା ଦିବସ ପାଳିତ,

ବେଲଗୁଣ୍ଠା ବ୍ଲକ ଓ ଏନ,ଏ,ସି, ର ବିଭିନ୍ନ ଅନୁଷ୍ଠାନରେ ୭୮ ତମ ସ୍ବାଧୀନତା ଦିବସ ପାଳିତ,
ବେଲଗୁଣ୍ଠା,ଶୁଭମ ବାର୍ତ୍ତା :- ୧୬-୦୮,ବେଲଗୁଣ୍ଠା ବ୍ଲକ ଓ ଏନ ଏ ସି ଅଂଚଳର ବିଭିନ୍ନ ସରକାରୀ, ବେସରକାରୀ କାଯ୍ୟାଳୟ, ବହୁ ଶିକ୍ଷତାନୁଷ୍ଠାନ ମାନଙ୍କରେ ୭୮ତମ ସ୍ବାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋରଡ଼l ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ପରିସଦଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ନଗରପାଳ ଫିରୋଜ କୁମାର ସେଠୀ ଏନ ଏ ସି ଦ୍ଵାରା ହାଇସ୍କୁଲ ପଡ଼ିଆରେ ଆୟୋଜିତ ସାହୁହିକ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମସ୍ତ କାଉନସିଲର ଉପସ୍ଥିତ ଥିଲେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥୀଙ୍କ ଦ୍ଵାରା ପୁରସ୍କୃତ ଜରାଯାଇଥିଲା । ସେହିପରି ଗାର୍ଲ୍ ସ୍ ହାଇସ୍କୁଲ ଓ ମହିଳା ମହାବିଦ୍ୟାଳୟରେ ଉପାଧ୍ୟକ୍ଷା ଟି.ବବିତା କୁମାରୀ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର-ଭି ଦେବୀ ପ୍ରସାଦ ପାତ୍ର, ପଟେଲ ରୋଡ଼ ବିଦ୍ୟାଳୟରେ ସଭାପତି ସତ୍ୟନାରାୟଣ ସାହୁ ,ପ୍ରେସ୍ କ୍ଳବ ବେଲଗୁଣ୍ଠାରେ ସଭାପତି ପ୍ରଦ୍ୟୁମ୍ନ ପାତ୍ର,କ୍ଳବ'୯୯- ଉପସଭାପତି ସନ୍ତୋଷ କୁମାର ସାହୁ ,ବାଙ୍କ ବଜାର ମିଡିଆ କ୍ଳବରେ ବରିଷ୍ଠ ଆଇନଜୀବି ପ୍ରମୋଦ ମହାପାତ୍ର ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉପସଭାପତି ମଧୂସୁଦନ ମହାପାତ୍ର,ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେବରିଷ୍ଠ ଆଇନଜିବୀ ତଥା ଆଇନପରା ମର୍ଷ ଦାତା ସନ୍ତୋଷ କୁମାର ପଣ୍ଡା, ଇଣ୍ଡୋର୍ ଷ୍ଟାଡିୟମ୍ ରେ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ସଂପାଦକ ସୁଶାନ୍ତ କୁମାର ବେହେରା,ସେବା ସମବାୟ ସମିତିରେ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି,ଅବସରପ୍ରାପ୍ତ କର୍ମଚାରୀ ସଂଘରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ, ବେଲଗୁଣ୍ଠା ଥାନା ଓ ଓଡିଶା ଡ୍ରାଇଭର ମହାସଂଘ ବେଲଗୁଣ୍ଠା ଶାଖାରେ ଥାନା ଅଧିକାରୀ, ବନବିହାରି ପ୍ରଧାନ, ତହସିଲ ଅଫିସ ରେ ତହସିଲଦାର କଳାକୃଷ୍ଣ ପ୍ରଧାନ, ବଣିକ ସଂଘ କାଯ୍ୟାଳୟରେ ସଭାପତି ସନତ କୁମାର ସୁବୁଦ୍ଧି,ମେଡ଼ିକାଲ ରେ ଡା ବାଲୁଙ୍କେଶ୍ୱର ଶାଢଙ୍ଗୀ,ପଶୁ ଡାକ୍ତରଖାନାରେ ଭି ଏସ ଡା କାର୍ତ୍ତିକେଶ୍ୱର ସାହୁ, ବିଦୂତ ବିଭାଗ କାଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏସ କେ ପଟ୍ଟନାୟକ,ଗାଙ୍ଗପୁର ପଞ୍ଚାୟତ କାଯ୍ୟାଳୟରେ ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ, ଖଇରପୁଟି ପଞ୍ଚାୟତରେ ସରପଞ୍ଚ ସତ୍ୟବାନ ସ୍ଵାଇଁ, ପାଇଲିପଡା ପଞ୍ଚାୟତରେ ସରପଞ୍ଚ ଜୟରାମ ନାୟକ,ଶାସନ ସେବାସମବାୟ ସମିତିରେ ସଭାପତି ଲଖଣ ବିଷୋୟୀ,ପାଇଲିପଡା ମେଡିକାଲରେ ଡା ସରୋଜ ପ୍ରଧାନ, ଗୋବରା ବି ସି ସି ଟ୍ରିଉଟ୍ରାଲ ରେ ଆଳୀୟ ଖଣ୍ଡାୟତ ସମାଜ କୁଳାଧିପତି ପ୍ରହ୍ଲାଦ ଲେଙ୍କା, ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦରେ ସଭାପତି ଗୋପାଳ ଲେଙ୍କା, ନାଟଙ୍ଗା ପଞ୍ଚାୟତରେ ସରପଞ୍ଚ ସୁପ୍ରଭା ଗୌଡ଼,ନାଟଙ୍ଗା ମଣ୍ଡଳ ଆଳୀୟ ଖଣ୍ଡାୟତ ସମାଜ ଗୃହରେ ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ, ଚକରା ବିଷୋୟୀ କ୍ଲବ ରେ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା, ବେଣୀପୋଲି ପଞ୍ଚାୟତରେ ସରପଞ୍ଚ ଦୁର୍ଗାମାଧଵ ନାୟକ, ବଡ଼ବୋରସିଂ ପଞ୍ଚାୟତରେ ସରପଞ୍ଚ ଏସ ରାମେଶ୍ୱର ପାତ୍ର, ବଙ୍କା ପଞ୍ଚାୟତ କାଯ୍ୟାଳୟରେ ସରପଞ୍ଚ ଶୁଭଶ୍ରୀ ପରିଡା,ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠାନର ସଭାପତି ମାଧବ ଚନ୍ଦ୍ର ଆପଟ,ପ୍ରମୁଖ 78 ତମ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ବେଲଗୁଣ୍ଠା ରୁ ଚନ୍ଦନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






