ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କଳାହାଣ୍ଡି ଗସ୍ତ ଓ ସମୀକ୍ଷା ବୈଠକ,

Aug 16, 2024 - 20:18
 0  90
ଓଡିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କଳାହାଣ୍ଡି ଗସ୍ତ ଓ ସମୀକ୍ଷା ବୈଠକ,

 ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କଳାହାଣ୍ଡି ଗସ୍ତ ଓ ସମୀକ୍ଷା ବୈଠକ,

କଳାହାଣ୍ଡି ଶୁଭମ ବାର୍ତ୍ତା :- ଆଜି ଓଡିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କଳାହାଣ୍ଡି ଜିଲ୍ଲା ଗସ୍ତ କରି ଜିଲ୍ଲାରେ ସାଧାରଣ ବଣ୍ଟନର କାର୍ଯ୍ୟକାରିତା ଏବଂ ଧାନ ସଂଗ୍ରହର ବ୍ୟବସ୍ଥାକୁ ସମିକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରଥମେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ସ୍ଵାଗତ ଜଣାଇଥିଲେ । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଚାଷୀ ମାନଙ୍କର ପଞ୍ଜିକରଣ ପ୍ରକ୍ରିୟା, ମଣ୍ଡି ବ୍ୟବସ୍ଥା, ରାସନ କାର୍ଡ, ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁ ବୈଠକରେ ତଥ୍ୟ ରଖିଥିଲେ । ୨୦୨୩–୨୪ ଖରିଫରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକରଣ କରିଥିବା ଏବଂ ସରକାରଙ୍କ ଦ୍ଵାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ଟ. ୩,୧୦୦/- ବୃଦ୍ଧି ଘୋଷଣା ଯୋଗୁଁ ଏହି ପଞ୍ଜୀକରଣ ଆହୁରି ବୃଦ୍ଧି ହେବ ବୋଲି ଚିଫ ସି.ଏସ.ଓ. ବୈଠକରେ କହିଥିଲେ । ମାନ୍ୟବର ମନ୍ତ୍ରୀ ଉପସ୍ଥିତ ସମସ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ଵବାନ ହୋଇ କାର୍ଯ୍ୟ କାଲେ ସମସ୍ତ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ବୋଲି କହିଥିଲେ । ଜିଲ୍ଲାରେ ମୃତ ବ୍ୟକ୍ତିଙ୍କ ନାମରେ ଥିବା ରାସନ କାର୍ଡ ଗୁଡିକୁ ତୁରନ୍ତ ଖାରଜ କରିବା, ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଯୋଜନାରୁ ବାଦ ଦେବା, ଅନ୍ତୋଦୟ ଯୋଜନାରେ ୩୦ ରୁ ୪୦ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଅନ୍ତର୍ଭୁକ୍ତ ଥିବା ସରକାରଙ୍କ ଦୃଷ୍ଟି କୁ ଆସିଥିବାରୁ ତଦନ୍ତ କରି ସେମାନଙ୍କୁ ବାଦ ଦେବା, ନୂତନ କାର୍ଡ ନିମନ୍ତେ ଆସିଥିବା ଦରଖାସ୍ତ ଗୁଡିକର ଉପଯୁକ୍ତ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ଯେମିତି ଦଲାଲଙ୍କ ହାତକୁ ନ ଯାଇ ପ୍ରକୃତ ଚାଷୀ ପାଇବା, ସମବାୟ ସଂସ୍ଥା ଦ୍ବାରା ପ୍ରତ୍ୟେକ ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ, ଶୌଚାଳୟ, ବିଶ୍ରାମ ସ୍ଥାନ ତଥା ଅନୁସାଙ୍ଗିକ ସୁବିଧା ର ବ୍ୟବସ୍ଥା କରିବା ନିମନ୍ତେ ନିର୍ଦେଶ ଦେଇଥିଲେ, ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ପାଳ ତନ୍ମୟ କୁମାର ଦରୱାନ, ଧର୍ମଗଡ ଉପ ଜିଲ୍ଲା ପାଳ, ଭୀମନ ଚକମା, ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଜୟ ଦେବ ଦାସ ପି.ଏସ.ଓ, ଓ ସମସ୍ତ ବ୍ଲକର ଏମ.ଆଇ ଉପସ୍ଥିତ ଥିଲେ 

କଳାହାଣ୍ଡି ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow