ଝିପି ଝିପି ବର୍ଷା ହେଲା କାଳ ଅଧା ଖୋଲା କୂଅ ରେ ପଡ଼ି ୨ ବର୍ଷ ର ଶିଶୁ ପୁତ୍ର ର ମୃତ୍ୟୁ

Jul 21, 2024 - 04:52
Jul 21, 2024 - 05:01
 0  88
ଝିପି ଝିପି ବର୍ଷା ହେଲା କାଳ ଅଧା ଖୋଲା କୂଅ ରେ ପଡ଼ି ୨ ବର୍ଷ ର ଶିଶୁ ପୁତ୍ର ର ମୃତ୍ୟୁ
ଝିପି ଝିପି ବର୍ଷା ହେଲା କାଳ ଅଧା ଖୋଲା କୂଅ ରେ ପଡ଼ି ୨ ବର୍ଷ ର ଶିଶୁ ପୁତ୍ର ର ମୃତ୍ୟୁ

ନର୍ଲା ଶୁଭମ ବାର୍ତ୍ତା :- ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲା ରେ ଲଘୁଚାପ ଜନିତ ଝିପି ଝିପି ବର୍ଷା ଲାଗିଥିବା ବେଳେ ଅଧା ଖୋଲା କୂଅ ରେ ପଡ଼ି ଦୁଇ ବର୍ଷ ର ଏକ ଶିଶୁ ପୁତ୍ର ର ଦୁଃଖଦ ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ ବୁରାଟ୍ ଗାଁ ଲୁହୁରା ପଡ଼ା ର ଟିକ ପରାଭୁଏ ଙ୍କ ସ୍ତ୍ରୀ ଟୁନି ପରାଭୁଏ ପ୍ରତି ଦିନ ଭଳି ଆଜି ମଧ୍ୟ ଦିନ ୯ ଟା ୩୦ ମିନିଟ୍ ସମୟରେ ନିକଟସ୍ଥ ପୋଖରୀ କୁ ଗାଧୋଇ ବାକୁ ଯାଇ ଥିଲେ ।ବର୍ଷା ଯୋଗୁଁ ଘରେ ଦୁଇ ଶିଶୁ ପୁତ୍ର ଙ୍କୁ ସ୍ବାମୀ ଙ୍କ ପାଖରେ ଛାଡି ଏକୁଟିଆ ଯାଇ ଥିଲେ, ଗାଧେଇ ସାରି ଫେରିଲା ପରେ ଜାଣି ପାରିଲେ ତାଙ୍କର ଦୁଇ ବର୍ଷ ର ଶିଶୁ ପୁତ୍ର ଚୂଳଚନ୍ଦ୍ର ନିଖୋଜ୍ ହୋଇ ଯାଇଛି।ପାଖ ପଡିଶା ସବୁଠି ଖୋଜା ଖୋଜି ସରିଲା ପରେ ମଧ୍ୟ ଶିଶୁ ପୁତ୍ର ର ପତ୍ତା ନ ମିଳି ଵାରୁ ଘର ପାଖରେ ଖୋଲା ଯାଉଥିବା କୂଅ ପାଣି କୁ ତନଖି ବା ପରେ ପାଣି ଭିତରେ ବୁଡ଼ି ଯାଇ ଥିବା ଜଣା ପଡି ଥିଲା। ଅଧା ଖୋଲା ଯାଇଥିବା କୂଅ ର ଗଭୀର ୬ ରୁ ୭ ଫୁଟ୍ ଥିଲେ ମଧ୍ୟ ଦୁଇ ଦିନ ଧରି ହୋଇ ଥିବା ବର୍ଷା ପାଣିରେ କୂଅ ଟି ଭର୍ତି ହୋଇ ଥିବା ବେଳେ ଛୋଟ ଛୁଆ ଖେଳୁ ଥିବା ସମୟରେ ଗୋଡ଼ ଖସି ଯାଇ ଥିଲା, ଏହି ଦୁର୍ଘଟଣା କାହାର ନଜର କୁ ଆସି ନ ଥିଲା, ନହେଲେ ଏକ ନିରୀହ ମୂଲ୍ୟବାନ ଜୀବନ ବଞ୍ଚି ଯାଇ ଥାନ୍ତା।ଖବର ପାଇ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା,ଖବର ପାଇ ନର୍ଲା ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶିଶୁ ପୁତ୍ର ର ଶବ କୁ ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନା ପଠାଇଛି।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow