ନିର୍ମାଣ ଧୀନ କୂଅରେ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ୍ୟୁ।
ନର୍ଲା : ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁରାଟ ଗ୍ରାମରେ ଦୁଇ ବର୍ଷର ଶିଶୁ ପୁତ୍ର ପାଣିଗାତରେ ପଡ଼ି ମୃତ୍ୟୁ ବରଣ କରିଥିବା ଘଟଣା ଘଟିଥିବା ରୁ ଅଂଚଳରେ ଶୋକରଛାୟା ଖେଳି ଯାଇଛି ,ସୂଚନା ମୁତାବକ ନର୍ଲା ବ୍ଲକ ଅନ୍ତର୍ଗତ ବୁରାଟ ଗ୍ରାମର ଟିକ ଭୋଇ ଙ୍କ ଦୁଇ ବର୍ଷର ଶିଶୁ ପୁତ୍ର କୁଳଚନ୍ଦ୍ର ଭୋଇ ଶନିବାର ସକାଳ ପ୍ରାୟ ନଅଟା ସମୟରେ ଘର ଦାଣ୍ଡରେ ଖେଳୁଥିବା ବେଳେ ପାଖରେ ଥିବା ପାଣିଗାତରେ ପଡ଼ି ଯାଇଥିଲା । ଘର ଲୋକେ ଶିଶୁ କୁ ଖୋଜାଖୋଜି କଲାପରେ ଖାଲରେ ପଡିଥିବା ଦେଖି ଶିଶୁ ପୁତ୍ରକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ, ହେଲେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ, ଓ ପୋଲିସ କୁ ସୂଚନା ଦେଇଥିଲେ । ସୁଚନା ପାଇ ନର୍ଲା ପୋଲିସ ମୃତ ଶିଶୁର ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






