ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ।

ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ।
ଗୋଲାମୁଣ୍ଡା ତା -୨୪/୦୬(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ବିଗତ ଦିନ ମାନଙ୍କରେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୮ ଗୋଟି ମୁଖ୍ୟ ଦାବି ନେଇ ବିଭିନ୍ନ ଉପାୟ ମାଧ୍ୟମରେ ସରକାରଙ୍କୁ ଅବଗତି କରାଯାଇଥିଲା । କିନ୍ତୁ ସେଥିମଧ୍ୟରୁ ଗୋଟିଏ ମାତ୍ର ଦାବି ପୂରଣ ହୋଇ ପାରିଛି ଆଉ ୭ ଗୋଟି ମୁଖ୍ୟ ଦାବି ଗୁଡ଼ିକ ବାରମ୍ବାର ସରକାରଙ୍କ ଦ୍ବାରସ୍ଥ ହେବା ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ପୂରଣ ହେବାତ ଦୂରର କଥା ଏଥିପ୍ରତି ସରକାର କୌଣସି ପ୍ରକାର କର୍ଣ୍ଣପାତ କରୁ ନାହାନ୍ତି । ତେଣୁ ଡ୍ରାଇଭର ମହାସଂଘ ବାଧ୍ୟହୋଇ ଗତ ୨୯/୦୩/୨୦୨୫ ରିଖ ଠାରୁ ଦୀର୍ଘ ୬ ଦିନ ଲୋୟର ପି ଏମ୍ ଜି ରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ତଥାପି କୌଣସି ସମସ୍ୟାର ସମାଧାନ ହୋଇପାରି ନଥିଲା । ଯାହା ଦ୍ବାରା ଡ୍ରାଇଭର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ସମସ୍ତ ଡ୍ରାଇଭର ମାନଙ୍କ ଗୋଟିଏ ନିଷ୍ପତ୍ତି ଆଗାମୀ ଏକ ମାସ ମଧ୍ୟରେ ସରକାର ସମସ୍ୟାର ସମାଧାନ ନକରି ଯଦି ଅଣଦେଖା କରନ୍ତି, ତେବେ ଆସନ୍ତା ତା-୦୮/୦୭/୨୦୨୫ ରିଖ ଠାରୁ କୌଣସି ଡ୍ରାଇଭର ଗାଡ଼ି ଚଲେଇବୁ ନାହିଁ ଏବଂ ଷ୍ଟିଅରିଙ୍ଗ ଛାଡ଼ିବୁ, ଦରକାର ପଡିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବା ପାଇଁ ବାଧ୍ୟ ହେବୁ। ଯାହାଦ୍ବାରା ପରିବହନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହେବାସହ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି । ଯଦି ସେହି ସମୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେଥି ପାଇଁ ସରକାର ଦାୟି ରହିବେ ବୋଲି ସଂଘ ପକ୍ଷରୁ ସିଧା ସଳଖ ରୋକ୍ ଠୋକ୍ ଭାବେ ଚେତାବନୀ ଦିଆଯାଇଛି । ଏଥିରେ ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ପୁଞ୍ଜି, ବ୍ଲକର ସମ୍ପାଦକ ଡମ୍ବରୁଧର ନାଏକ, ବ୍ଲକ ଆଡମିନ୍ ଦେବେନ୍ଦ୍ର ମଶ୍ରା, ରାଜେଶ୍ ବଗର୍ତ୍ତି, ଆନନ୍ଦ ନାଏକ, ଶ୍ରୀମୁଖ ଗୋପାଳ, ଜଗଦୀଶ ବନ୍ଦିଛୋଡ, କରୁଣାକର ମାଝୀ, ସୁନିଲ ହଂସ ଓ ବ୍ଲକର ସମସ୍ତ ଡ୍ରାଇଭର ମିଶି ବ୍ଲକର ବିଭିନ୍ନ ପ୍ରାଶାସନିକ ଅଧିକାରୀ ଯଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ, ବିଡ଼ିଓ ଗୋଲାମୁଣ୍ଡା , ତହସିଲଦାର, ଥାନାଧିକାରୀ, ଦମକଳ ବାହିନୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






