ସେରଗଡ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର।

ନର୍ଲା ଶୁଭମ ବାର୍ତ୍ତା :- ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ପୂର୍ବତନ ସରକାର୍ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ମାନ ଆୟୋଜନ କରି ଲୋକଙ୍କ ସମସ୍ୟା ର ସମାଧାନ କରୁଥିଲେ କିନ୍ତୁ ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ଯୋଗୁଁ ବନ୍ଦ ରହିଥିଲା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର। ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆଜି ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ର ବିଭିନ୍ନ ଜିଲ୍ଲାର ପଞ୍ଚାୟତ ଗୁଡିକରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଆରମ୍ଭ କରାଯାଇଛି ।ଏହି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର କ୍ରମ ଅନୁଯାୟୀ ବିଭିନ୍ନ ପଞ୍ଚାୟତ ଗୁଡିକରେ ପ୍ରତ୍ୟେକ ମାସ ର ସୋମବାର ଦିନ ଅନୁଷ୍ଠିତ ହୋଇଥାଏ। ଏହି କ୍ରମ ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଶେରଗଡ଼ ପଞ୍ଚାୟତ ରେ ସୋମବାର ସକାଳ ୧୦ ଘଣ୍ଟା ସମୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ରାହୁଲ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ଉକ୍ତ ଶିବିର ରେ ନର୍ଲା ବିଡିଓ ରିପୁନାଥ ସୁନା,ନର୍ଲା ତହସିଲଦାର ବିଶ୍ବରଂଜନ କହଁର,ସିଡିପିଓ ବିନୋଦିନୀ ପଣ୍ଡା,ଜିପିଡିଓ ରବି କୁମାର ନାଏକ, ସମିତି ସଭ୍ୟ ସଂଜୀବ ବେହେରା,ଏମ ଆଇ ଶିବ ପ୍ରସାଦ ମହାନ୍ତି ସମେତ ସମସ୍ତ ଅଧିକାରୀ ଯୋଗଦେଇ ଥିଲେ । ଉକ୍ତ ଜନ ଶୁଣାଣି ଶିବିର ରେ ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ପରିଚାଳନା କରିଥିବା ବେଳେ ଶତାଧିକ ଲୋକ ଯୋଗ ଦେଇ ନିଜ ନିଜ ଅଭିଯୋଗ ପତ୍ର ଦାଖଲ କରିଥିଲେ ।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






