ନର୍ଲା ବ୍ଲକ୍ ସମ୍ମେଳନ କକ୍ଷ ରେ ଅନୁଷ୍ଟିତ ହେଲା ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ,

ନର୍ଲା ବ୍ଲକ୍ ସମ୍ମେଳନ କକ୍ଷ ରେ ଅନୁଷ୍ଟିତ ହେଲା ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ମେଲନ କକ୍ଷ ରେ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ଉନ୍ନୟନ ଅଧିକାରୀ ବିପିନ୍ ବିହାରୀ ଦିପ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ନର୍ଲା ତହସିଲ୍ ଦାର୍ ବଳଦେବ ବେହେରା ଙ୍କ ସହିତ ବିଭିନ୍ନ ସ୍କୁଲ୍ କଲେଜ୍ ର ଶିକ୍ଷକ , ଅଧ୍ୟାପକ,ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ ନର୍ଲା ପୋଲିସ୍, ସାମ୍ବାଦିକ ଓ ବୁଦ୍ଧିଜୀବୀ ଗଣ ଉପସ୍ଥିତ ଥିଲେ। ଆଗକୁ ହେବାକୁ ଥିବା ଗଣତନ୍ତ୍ର ଦିବସ ଅବସରରେ ପାହାନ୍ତିଆ ସମୟରେ ପ୍ରଭାତ ଫେରି ସହ ପତକା ଉତ୍ତୋଳନ ସମୟରେ ଛାତ୍ର ଛାତ୍ରୀ ଙ୍କ ପ୍ୟାରେଡ୍ ଅଭ୍ୟାସ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସ୍କୁଲ୍ କଲେଜ୍ ର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ କାର୍ଯ୍ୟକ୍ରମ ପାଇଁ ସବ୍ କମିଟି ଗଠନ କରି ସମସ୍ତ ଙ୍କୁ ଦାୟୀତ୍ବ ବଣ୍ଟନ କରାଯାଇଥିଲା।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା,
What's Your Reaction?






