ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁନ୍ୟତିଥି ଅବସର ରେ ସ୍ମୃତି ସଭା ଅନୁଷ୍ଟିତ

ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ତୃତୀୟ ପୁନ୍ୟତିଥି ଅବସର ରେ ସ୍ମୃତି ସଭା ଅନୁଷ୍ଟିତ
କଳାହାଣ୍ଡି ଶୁଭମ ବାର୍ତ୍ତା :- ମହମ୍ମଦ ଅସଲମ୍ କଳାହାଣ୍ଡି ଜିଲ୍ଲାର ଜଣେ ଜଣା ଶୁଣା ସାମ୍ବାଦିକ ଥିଲେ, ତିନି ବର୍ଷ ତଳେ ବ୍ରେନ୍ ଷ୍ଟ୍ରୋକ୍ ରେ ତାଙ୍କର ଦେହାନ୍ତ ଘଟିଥିଲା, ରବିବାର ଦିନ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ "ଅସଲମ୍ ସ୍ମୃତି କମିଟି" ତରଫରୁ ଏକ ସ୍ମୃତି ସଭା ର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର୍ ଦର୍ୱାନ୍, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବରିଷ୍ଟ ସାମ୍ବାଦିକ ଉମାଶଙ୍କର କର, ମନୋରଞ୍ଜନ ଯୋଶୀ, ସମାଜ ସେବୀ ଭାରତ ଭୁଷଣ ଠାକୁର୍,ଶିକ୍ଷ୍ୟା ବିତ୍ ଅଜୟ ମିଶ୍ର, ଉମେଶ ଶତପଥୀ ପ୍ରମୁଖ ମଞ୍ଚାଷିନ ଥିଲେ। ଏହି ଅବସର ରେ ପାରା ଏଥଲେଟିକ୍ ଖେଳାଳି ଆକାଶ ମୁଣ୍ଡ, ବରିଷ୍ଟ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବାଗ୍, ସଫେଇ କର୍ମଚାରୀ ବସନ୍ତ ନାଏକ ଙ୍କୁ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ରେ ସମ୍ମାନିତ କରିବା ସହିତ ମାନପତ୍ର ପ୍ରଦାନ୍ କରାଯାଇ ଥିଲା।
ଏହି ସ୍ମୃତି ସଭା ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଶତାଧିକ ସାମ୍ବାଦିକ ଯୋଗ ଦେବା ସହ ଅନେକ ସମାଜ ସେବୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ସ୍ମୃତି ଚାରଣ କରିଥିଲେ।
ସେହି ପରି ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଧୁ ଦାସ୍, ବରିଷ୍ଟ ସାମ୍ବାଦିକ ଦୟାନିଧି ଦାସ୍, ସାମ୍ବାଦିକା ଅରୁନ୍ଧତୀ ମହାନ୍ତି ପ୍ରମୁଖ ଭର୍ଚୁଆଲ ମୋଡ଼ ରେ ଯୋଗ ଦେଇ ନିଜର ମତ ରଖି ଥିଲେ। ମହମ୍ମଦ ସ୍ମୃତି କମିଟି ର ବିଜୟ ସାହୁ, ଅଜିତ୍ ସିଂ, ତାପସ ମହାନ୍ତି, ଜଗତ ରାମ୍ ସାହୁ, ଶୁଭମ୍ ରୋହିଲା, ବାଚୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?






