ହାତୀ ଦାନ୍ତ ମାଫିଆଙ୍କ ଆକ୍ରମଣରେ ବନବିଭାଗ କର୍ମଚାରୀ

ହାତୀ ଦାନ୍ତ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀ
ରାୟଗଡା ଶୁଭମ ବାର୍ତ୍ତା :- ଗତ ଶନିବାର ଦିନ ଦୁଇଟି ହାତୀଦାନ୍ତ ସହ ୫ ଜଣ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ଦୁଇଜଣ ମାଫିଆ ମୁନିଗୁଡା ଅଂଚଳର ଓ ଅନ୍ୟ ୩ ଜଣ ପଡୋଶୀ କଳାହାଣ୍ଡି ର ବୋଲି ସୂଚନା ଦେଇଛନ୍ତି ମୁନିଗୁଡା ବନାଞ୍ଚଳ ଅଧିକାରୀ। ଏଥିରେ ଅନ୍ୟ ସଂପୃକ୍ତ ମାନଙ୍କ ତଦନ୍ତ ପାଇଁ ମୁନିଗୁଡା ରେଞ୍ଜ ଶିବପଦର ପଞ୍ଚାୟତ ଜାରାପା ଗାଁରେ ପହଂଚିଥିଲେ ବନ ବିଭାଗ ଟିମ୍।ତେବେ ତଦନ୍ତ ବେଳେ ବନ ବିଭାଗ କର୍ମଚାରୀଙ୍କ ଉପରକୁ ମାଫିଆ ମାନେ ଅତର୍କିତ ଗୁଳିଚାଳନା କରିଥିବା ବେଳେ ଜୀବନ ବଞ୍ଚାଇ ସେଠାରୁ ଫେରି ଥିଲେ ବନ ବିଭାଗ କର୍ମଚାରୀ।ପୁଷ୍ପା ସିନେମା ଷ୍ଟାଇଲ ରେ ମାଫିଆ ଦଳ ନିଜର ଦବଦବା କୁ ଦେଖାଇବାକୁ ଯାଇ ବନବିଭାଗ କର୍ମଚାରୀଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇବା ଘଟଣା ଅଞ୍ଚଳ କୁ ଏକ ପ୍ରକାର ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ , ବନ ବିଭାଗ କୁ ଏକ ପ୍ରକାର ଖୋଲା ଚ୍ୟଲାଞ୍ଚ ଭଳି ଲାଗୁଚି ! ଦେଖିବାକୁ ଗଲେ ଏଭଳି ଘଟଣା ପ୍ରଥମ ଥର ପାଇଁ ଅଂଚଳ ରେ ଘଟିଥିବା ବେଳେ କୌଣସି ଏକ ରାଜନୈତିକ ଦଳ ର ହାତ ଥିବା ମଧ୍ୟ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି !ତେବେ ଅନ୍ୟପଟେ ଦେଖିବାକୁ ଗଲେ ବନବିଭାଗ କର୍ମଚାରୀ ଙ୍କ ସୁରକ୍ଷା କୁ ନେଇ ମଧ୍ୟ ବିରାଟ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ! ମାଫିଆଙ୍କ ହାତରେ ବନ୍ଧୁକ ଥିବା ବେଳେ ବାସ୍ତବରେ ବନବିଭାଗ ର କର୍ମଚାରୀ ଙ୍କ ହାତରେ କେବଳ ଲାଠି , ତେବେ ନିଜ ନିଜ ସୁରକ୍ଷା ପାଇଁ ବି ସେମାନଙ୍କ ପାଖରେ ଅସ୍ତ୍ର ସରକାରୀ ସ୍ତରରେ ବ୍ୟବସ୍ଥା ନଥିବାରୁ ବନ ବିଭାଗ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।
ରାୟଗଡା ଜିଲ୍ଲା ପ୍ରତିନିଧି ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






