ବିଦ୍ୟୁତ ସଂସ୍ପର୍ଶରେ ଯୁବକ ମୃତ,

ବିଦ୍ୟୁତ ସଂସ୍ପର୍ଶରେ ଯୁବକ ମୃତ,
କଳାହାଣ୍ଡି ଶୁଭମ ବାର୍ତ୍ତା :- ବିଦ୍ୟୁତ ମରାମତି କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜନୈକ ଯୁବକଙ୍କ ମୃତ୍ୟୁ ଭଳି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଖଣ୍ଡି ଡଙ୍ଗରିଗୁଡା ଗ୍ରାମର କୁରୁକ୍ଷେତ୍ର ମାଝୀ (୪୨) ନାମକ ଯୁବକ ନିଜ ଘରେ ବିଦ୍ୟୁତ ମରାମତି କରୁଥିଲେ l ସେହି ସମୟରେ କୁରୁକ୍ଷେତ୍ର ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇ ପଡିଯାଇଥିଲେ l ପରିବାର ଓ ସମ୍ପର୍କୀୟ ମାନେ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଡାକ୍ତର କୁରୁକ୍ଷେତ୍ରଙ୍କୁ ମୃତ ଘୋଷଣା କରିଥିଲେ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା,
What's Your Reaction?






