ଉଲିସିର୍କା ଠାରେ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ ତିନି ଜଣ ଦୁର୍ବୃତ୍ତ ଙ୍କ ଦ୍ଵାରା ଲୁଟ୍ ର ଶିକାର ।

Aug 7, 2024 - 19:46
Aug 7, 2024 - 20:01
 0  25
ଉଲିସିର୍କା ଠାରେ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ ତିନି ଜଣ ଦୁର୍ବୃତ୍ତ ଙ୍କ ଦ୍ଵାରା ଲୁଟ୍ ର ଶିକାର ।

ଉଲିସିର୍କା ଠାରେ ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ ତିନି ଜଣ ଦୁର୍ବୃତ୍ତ ଙ୍କ ଦ୍ଵାରା ଲୁଟ୍ ର ଶିକାର ।

ନର୍ଲା, ଶୁଭମ ବାର୍ତ୍ତା :- 07/08/24 ବୁଧବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟସ୍ଥ ଏକ ଛକରେ ସାଗରା ମେନେଜ୍ ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ କରିଥିବା ପାଖାପାଖି ୮୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଗ୍ ରେ ପୁରାଇ ଆସୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍ ରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ଏଵଂ ଉକ୍ତ ଏଜେଣ୍ଟ ଙ୍କ ଠାରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ପଳାଇ ଯାଉଥିବା ସମୟରେ ଏଜେଣ୍ଟ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଜଣ ଦୁର୍ବୃତ୍ତ ଚୋର ଙ୍କୁ ଗ୍ରାମବାସୀ ମାନେ ଏକତ୍ରିତ ହୋଇ କାବୁ କରିଥିଲେ ଏବଂ ନର୍ଲା ପୋଲିସ କୁ ହସ୍ତାନ୍ତର କରିଥିଲେ । ଓ ଅନ୍ୟ ଜଣେ ଚୋର ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା, ନର୍ଲା ପୋଲିସ ଦୁଇ ଚୋର କୁ ନର୍ଲା ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। 

ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow