ତାଳ ବୋରା ଗାଁରେ ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ l

ତାଳ ବୋରା ଗାଁରେ ପାଳ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ l
ଶୁଭମ ବାର୍ତ୍ତା,(ଜଗନ୍ନାଥ ନାଏକ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆ (କାନ୍ଦୁଲ ଚାଷ କରିଥିବା ପାହାଡିଆ ଜମି )ରେ ତିଆରି ହୋଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ I ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମାଆ ସୁଶାରୀ ମାଝୀ। ଏହି ସମୟରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଉଥିଲେ। ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରିଯାଇଥିଲା । ପୁଅଝିଅଙ୍କ ମୃତ୍ୟୁରେ ସ୍ବାମୀ-ସ୍ତ୍ରୀ ଭାଙ୍ଗି ପଡିଥିବାବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି।
What's Your Reaction?






