ନର୍ଲା ରେ ଆଲୋକି କରଣ ବ୍ୟବସ୍ଥା ଫେଲ୍,

Apr 19, 2025 - 06:35
Apr 19, 2025 - 06:38
 0  121
ନର୍ଲା ରେ ଆଲୋକି କରଣ ବ୍ୟବସ୍ଥା ଫେଲ୍,

 ନର୍ଲା ରେ ଆଲୋକି କରଣ ବ୍ୟବସ୍ଥା ଫେଲ୍,

ନର୍ଲା ଶୁଭମ ବାର୍ତ୍ତା :- କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲାର ନର୍ଲା ସହର ଦିନ ବେଳେ ଜନ ଗହଳି ଭିତରେ ସହର ପରି ମନେ ହେଲେ ମଧ୍ୟ ସନ୍ଧ୍ୟା ନଈ ଆସିଲେ ଚାରି ପଟେ ଅନ୍ଧାର ଦେଖା ଯାଉଛି , ନର୍ଲାର ରେଖପୁର ଛକ ଠାରୁ ଆରମ୍ଭ କରି ବ୍ଲକ୍ ଛକ, ଡାକ୍ତର ଖାନା , ବସ୍ ଷ୍ଟାଣ୍ଡ ଥାନା ଛକ ,ଡାକ ବଙ୍ଗଳା ଛକ, ଚାରି ଛକ, ରେଳ ଫାଟକ, ତହସିଲ୍ ଅଫିସ୍ ପର୍ଯ୍ୟନ୍ତ ସବୁ ଆଡ଼େ ଅନ୍ଧାର ଦେଖା ଯାଉଛି, ସନ୍ଧ୍ୟା ସମୟରେ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀ ରେଳ ଫାଟକ, କଲେଜ୍ ଛକ, ମୁଖ୍ୟ ବସ୍ ଷ୍ଟାଣ୍ଡ ସହିତ ବ୍ଲକ୍ ଓ ରେଖପୂର ବସ୍ ଷ୍ଟାଣ୍ଡରେ ରେ ଅନ୍ଧାର ରେ ବସ୍ କୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି।ନର୍ଲା ରେ ବିଧାୟିକା , ବ୍ଲକ୍ ଅଧକ୍ଷ ଓ ସରପଞ୍ଚ ସ୍ଥାନୀୟ ଲୋକେ ହୋଇ ଥିଲେ ମଧ୍ୟ ନର୍ଲା ସହର ଅନ୍ଧାର ରେ ଥିବା ରୁ ନର୍ଲା ଅଞ୍ଚଳ ବାସୀ ନିଜେ ଭୋଟ ଦେଇ ନିଜ ପସନ୍ଦ ର ପ୍ରାର୍ଥୀ ଚୟନ କରିବାରେ କିଛି ଭୁଲ୍ କଲେକି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଅନ୍ଧାର ରେ ଚୋରି ରାହାଜାନୀ ର ଭୟ ଥିବା ବେଳେ ବିଭିନ୍ନ ସ୍ଥାନରେ ମଦୁଆ ଙ୍କ ଆଡ଼ା ସ୍ଥଳୀ ହୋଇ ଥିବା ରୁ ସାଧାରଣ ଲୋକଙ୍କ ମନରେ ଭୟ ଜାଗ୍ରତ ହେଉଛି। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହିତ ନର୍ଲା ସହର ରେ ଆଲୋକିକରଣ ର ବ୍ୟବସ୍ତା କରିବାକୁ ସାଧାରଣ ରେ ଦାବୀ ହେଉଛ,

     ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow