ନର୍ଲା ପ୍ରେସ ଆସୋସିଏସନ୍ ଓଜେୟୁ ଶାଖା ଓ ମ.ରାମପୁର UNIVERSAL LAWER CHAMBER ଙ୍କ ମିଳିତ ବଣଭୋଜି ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ,

Jan 13, 2025 - 01:33
Jan 13, 2025 - 01:46
 0  37
ନର୍ଲା ପ୍ରେସ ଆସୋସିଏସନ୍ ଓଜେୟୁ ଶାଖା ଓ ମ.ରାମପୁର UNIVERSAL LAWER CHAMBER ଙ୍କ ମିଳିତ ବଣଭୋଜି ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ,

ନର୍ଲା ପ୍ରେସ ଆସୋସିଏସନ୍ ଓଜେୟୁ ଶାଖା ଓ ମ.ରାମପୁର UNIVERSAL LAWER CHAMBER ଙ୍କ ମିଳିତ ବଣଭୋଜି ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପ୍ରେସ ଆସୋସିଏସନ୍ ଓଜେୟୂ ଶାଖା ଏବଂ ମ.ରାମପୁର UNIVERSAL LAWER CHAMBER ଙ୍କ ମିଳିତ ଉଦ୍ୟମ ରେ ଡେଙ୍ଗସର୍ଗି ସ୍ଥିତ ପାମ ବଗିଚା ରେ ବଣଭୋଜି ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସର୍ବ ପ୍ରଥମେ ସଂଘର ସଭାପତି ଚିନ୍ତାମଣି ନାଏକ ସମସ୍ତ ଅତିଥି ଙ୍କୁ ପରିଚୟ ପ୍ରଦାନ କରାଇଥିଲେ ଏବଂ ପରେ ପରେ ସମସ୍ତ ସଦସ୍ୟ ତାଙ୍କ ନିଜ ନିଜ ସହଧର୍ମିଣୀ ଙ୍କ ସହ ପୁତ୍ରକନ୍ୟା ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ନିଜ ନିଜ ପରସ୍ପର ଭିତରେ ହସ କୌତୁହଳ ରେ ଭାବର ଆଦାନ ପ୍ରଦାନ ହୋଇଥିଲା ଏହି ପ୍ରାକୃତିକ ସୋନ୍ଦର୍ଯ୍ୟ ଭରା ପାମ୍ ବଗିଚା ରେ ଅତୀବ ମନୋରମ ଦୃଶ୍ୟ କୁ ସମସ୍ତେ ବୁଲି ଦେଖି ସୌନ୍ଦର୍ଯ୍ୟ କୁ ଭରପୁର ଉପଭୋଗ କରିଥିଲେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ପାଇଁ ଚୌକି ବସା ପ୍ରତିଯୋଗୀତା ଝିଅ ପୁଅ ମାନଙ୍କ ପାଇଁ ମଧ୍ୟ ଅନୁରୂପ ଚୌକିବସା ଅନୁଷ୍ଠିତ ହୋଇଥିଲା ଏବଂ ଦୌଡ଼ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତ୍ୟେକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରଥମ , ଦ୍ଵିତୀୟ , ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି ଭବ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ବାର ଆସୋସିଏସନ୍ ର ବରିଷ୍ଠ ଆଇନଜୀବି ପ୍ରକାଶ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଆଇନଜୀବି ସନାତନ ପଣ୍ଡା, ସଞ୍ଜୟ ସାହୁ ଯୋଗଦେଇଥିବା ବେଳେ ମ.ରାମପୁର ଗ୍ରାପ ସରପଞ୍ଚ ଓ ତାଙ୍କର ସ୍ବାମୀ ସତ୍ୟ ବାନ ସାହୁ ଏବଂ ଡମ୍ବ କର୍ଲାଖୁଣ୍ଟା ଗ୍ରାପ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଫକୀର ରଣା ଉପସ୍ଥିତ ଥିବା ବେଳେ ମଞ୍ଚରେ ବିଭିନ୍ନ ନୃତ୍ୟଗୀତ ଭଳି ମନୋରଞ୍ଜନ ର ଆସର ଜମିଥିଲା ଏହି କାର୍ଯ୍ୟକ୍ରମରେ ନର୍ଲା ପ୍ରେସ ଆସୋଶେଶନ ର ଲିଗାଲ ଆଡ଼ଭାଇଜର ଦୀପକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ସଂଘର ସମ୍ପାଦକ ସନ୍ତୋଷ କୁମାର ପାତ୍ର ,ଉପ ସଭାପତି ଡୋଳା ମଣି ସାହୁ ,ନୃପରାଜ ସାହୁ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ରେ ସହାୟକ କରିଥିଲେ ସଂଘର ବରିଷ୍ଠ ସଦସ୍ୟ ନରୋତ୍ତମ ପାୟା ସିଂ, ବାବୁଲାଲ ବାଗ ,ତପନ ସାହୁ , ବାରୁ ମାଝୀ ,ଗଣେଶ ଭୋଇ, ଅଜିତ ମାଝି, ଚତୁର୍ଭୁଜ ନାଏକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ

       ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow