ରୁପରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବପାଳନ

ରୁପରାରୋଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବପାଳନ,
ଶୁଭମ ବାର୍ତ୍ତା :- (ତପନ କୁମାର ସାହୁ ) ଆଜି ଜାନୁୟାରୀ ତା ୦୬.୦୧.୨୦୨୫ ରିଖ ସୋମ ବାର ଦିନ ସ୍ଥାନୀୟ ରୁପ୍ରା ରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ ତମ ବାର୍ଷିକ ଉତ୍ସବ ବହୁତ୍ ଧୁମ୍ ଧାମରେ ସ୍କୁଲ ପରିସରରେ ସମସ୍ତ ଅଭିଭାବକ ଓ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ପାଳନ ହୋଇଛି ।ସରସ୍ବତୀ ଶିଶୁ ମନ୍ଦିର ର ସମ୍ପାଦକ ଶ୍ରୀ ସଞ୍ଜୀବ କୁମାର ଦାସ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରି ଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ମହୋଦୟ ଯୋଗଦାନ କରିଥିଲେ ମୁଖ୍ୟ ବକ୍ତା ଭାବରେ ତୁଳାପଡ଼ା କଲେଜର ଅଧ୍ୟାପକ ସମୀର ମହାପାତ୍ର , ସମ୍ମାନୀୟ ଅତିଥି ଭାବରେ ମ.ରାମପୁର କୋର୍ଟ ର ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ପ୍ରକାଶ ପଣ୍ଡା ଯୋଗଦେଇ ଥିଲେ ।ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାରର ନାଚ ,ଗୀତ , ନାଟକ ପରିବେଷଣ କରି ସମସ୍ତଙ୍କୁ ମନ୍ ମୂଗ୍ଧ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ ।ମହା ଆଡମ୍ବର ରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା ।ସଙ୍କୁଳ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ମାନଂକୁ ମୁଖ୍ୟ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥଲେ ।ଶିକ୍ଷା ବର୍ଷ ୨୩-୨୪ ରେ କୃତିତ୍ୱ ଅର୍ଜନ କରିଥିବା ଏବଂ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ ପରିଶେଷରେ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଆଜିର ଏହି ବାର୍ଷିକ ଉତ୍ସବ ରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।ଆଜିର ବାର୍ଷିକ ଉତ୍ସବ ରେ ସରସ୍ବତୀ ଶିଶୁ ମନ୍ଦିର ରୂପ୍ରାରୋଡ ର ସଭାପତି ଘନଶ୍ୟାମ ଭୋଇ, ଉପ ସଭାପତି ପ୍ରଭାତ ସେଠି, ରାମପୁର ବାର ଆସୋସିଏସନ୍ ର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସନାତନ ପଣ୍ଡା ,ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ , ନର୍ଲା ପ୍ରେସ ଆସୋଶେଶନ ସଭାପତି ଚିନ୍ତାମଣି ନାଏକ ,ସମ୍ପାଦକ ସନ୍ତୋଷ ପାତ୍ର ,ଉପ ସଭାପତି ଡୋଳାମଣି ସାହୁ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଗୁରୁଜୀ ,ଗୁରୁମା ଏବଂ ଅଭିଭାବକ ମାନେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
What's Your Reaction?






