ନର୍ଲା ତହସିଲ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମରୁଡି,ବିଭିନ୍ନ କାର୍ଯ୍ୟରେ ବାଧା ପ୍ରାପ୍ତ

Jan 10, 2025 - 20:16
Jan 10, 2025 - 20:53
 0  39
ନର୍ଲା ତହସିଲ ରେ ଚତୁର୍ଥ ଶ୍ରେଣୀ  କର୍ମଚାରୀ ଙ୍କ ମରୁଡି,ବିଭିନ୍ନ କାର୍ଯ୍ୟରେ ବାଧା ପ୍ରାପ୍ତ

ନର୍ଲା ତହସିଲ ରେ ଚତୁର୍ଥ ଶ୍ରେଣୀ  କର୍ମଚାରୀ ଙ୍କ ମରୁଡି, ବିଭିନ୍ନ କାର୍ଯ୍ୟ ବାଧା ପ୍ରାପ୍ତ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟ ରେ ଦୀର୍ଘଦିନ ଧରି କର୍ମଚାରୀ ଅଭାବ ହୋଇ ଆସୁଥିବା ଦେଖିବାକୁ ମିଳୁଛି ବିଗତ ୨୪ ବର୍ଷର ବିଜେଡି ସରକାର କୁ ହଟାଇ ଜନତା ଦନାର୍ଦନ ଡବଲ ଇଞ୍ଜିନ ସରକାର ଙ୍କୁ ଆସ୍ଥା ପ୍ରକଟ କରି ରାଜ୍ୟରେ ସୁ ଶାସନ ସେବାର ତ୍ୱରାନ୍ୱିତ ଆଶା ରଖିଥିବା ବେଳେ ତାର ଓଲଟା ଚିତ୍ର ନର୍ଲା ତହସିଲ ରେ ପରିଲକ୍ଷିତ ହେଉଛି କାରଣ ଏହି କାର୍ଯ୍ୟାଳୟ ରେ ବର୍ଷ ବର୍ଷ ଧରି ପିଅନ, ରାତ୍ର ଜଗୁଆଳି , ସ୍ପେଶାଲ ମେସିଞ୍ଜର ନୋଟିସ ବିତରକ ଭଳି ୧୧ ଗୋଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବ ରହିଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଏଭଳିକି ରାଜସ୍ବ ବିଭାଗ ର ନର୍ଲା ତହସିଲ କାର୍ଯ୍ୟାଳୟ ରେ କର୍ମଚାରୀ ନ ଥିବାରୁ ଅନେକ ସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାରୁ ସାଧାରଣ ରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଉଛି ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟାଳୟଟି ଅତିବ ସଙ୍କଟ ରେ ଚାଲୁଥିବା ବେଳେ ଏହି କାର୍ଯ୍ୟାଳୟ ପାଇଁ ଅତ୍ୟନ୍ତ ଆବଶ୍ୟକତା ଦୃଷ୍ଟିରୁ ଅସ୍ଥାୟୀ ଭାବରେ ମଧ୍ୟ କିଛି ପିଅନ , ରାତ୍ର ଜଗୁଆଳି ଅନେକ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରିବା ପାଇଁ ଜିଲ୍ଲାପାଳ ଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଜଣାଇଥିଲେ ମଧ୍ୟ ସୁଫଳ ମିଲୁ ନ ଥିବା ଜଣାପଡିଛି ଏଣୁ ଏ ଦିଗରେ ଜିଲ୍ଲାପାଳ ଓ ରାଜସ୍ବ ମନ୍ତ୍ରୀ ଏହାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି

       ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow