କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪,
ଧର୍ମଗଡ ୨୭/୦୯/ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ )। ବିଦ୍ୟାଳୟ ସ୍ତରରେ ଛାତ୍ରଛତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନର ବିକାଶ ପାଇଁ ଉଦ୍ଧିଷ୍ଟ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶୋଷିଆ ଦ୍ବାରିକାନାଥ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦାମଚରଣ ନେଗୀ ଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଖମାରହଳଦୀ ଗ୍ରାମ ପଞ୍ଚାୟତ ସରପଞ୍ଚ ରବିନ୍ଦ୍ର କୁମାର ମୁଣ୍ଡ ଯୋଗଦାନ କରିଥିଲେ। ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ ବୋଲି ସେ ପ୍ରକାଶ କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟର ର ଅନେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ, ତର୍କ, ଲେଖନି, ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ଉକ୍ତ କାର୍ଯ୍ୟକୁ ସି, ଆର୍, ସି, ସି, ତୁଲାରାମ ସାହୁ ଆୟୋଜନ କରିଥିବା ବେଳେ ଶିକ୍ଷକ ମାନେ ସହଯୋଗ କରିଥିଲେ। ଉକ୍ତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ସମାପାନ କରାଯାଇଥିଲା।
What's Your Reaction?






