କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ସମାଜ୍ ର ସପ୍ତମ ସାଧାରଣ ମହାସଭା ଅନୁଷ୍ଟିତ,

କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ସମାଜ୍ ର ସପ୍ତମ ସାଧାରଣ ମହାସଭା ଅନୁଷ୍ଟିତ,
ଶୁଭମ ବାର୍ତ୍ତା :- ମଣିଷ ଏକ ସାମାଜିକ ପ୍ରାଣୀ ,ସେଥିପାଇଁ ପ୍ରତ୍ୟେକ ଜାତି ର ଲୋକେ ନିଜ ନିଜ ଜାତି ଭାଇ ଙ୍କୁ ନେଇ ସମାଜ ଗଠନ କରିଥାନ୍ତି। ଯେଉଁ ସମାଜ ର ଲୋକେ ଯେତେ ସଂଗଠିତ ସେହି ସମାଜ ସେତେ ଆଗୁଆ ।ଗୋଟିଏ କାଠି କୁ ଭାଙ୍ଗିବାକୁ ସହଜ ହୋଇ ଥାଏ କିନ୍ତୁ ଅନେକ କାଠି କୁ ଏକାଠି କରି ବାନ୍ଧିଲେ ତାକୁ ଭାଙ୍ଗିବା କଷ୍ଟକର, ଠିକ୍ ସେହି ପରି ମଣିଷ ମଧ୍ୟ ଏକା ନ ରହି ବିଭିନ୍ନ ଜାତି ହିସାବରେ ସମାଜ ଗଠନ କରି ସାମାଜିକ ରିତି, ନୀତି ଓ ପ୍ରଥା କୁ ଅନୁସରଣ କରି ଚାଲିଥାଏ। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରି ଚାଲିଥାଏ ସେହି ମଣିଷ ହିଁ ସଂସ୍କାରି ହୋଇ ଥାଏ, ନ ହେଲେ ବିପଥ ଗାମୀ ହୋଇ ନିଜର ଅସ୍ତିତ୍ବ ହରାଇ ଥାଏ। ତଦନୁରୁପ କଳାହାଣ୍ଡି ଜିଲ୍ଲା ରେ ମଧ୍ୟ ବହୁ ଦିନରୁ ତେଲି ଜାତି ର ସମାଜ ଗଠନ ହୋଇ କାର୍ଯ୍ୟ କରି ଆସୁଛି । ଏହି ତେଲି ସମାଜ ର ସପ୍ତମ ସାଧାରଣ ସଭା ନର୍ଲା ବ୍ଲକ୍ ଅନ୍ତର୍ଗତ ଲାଖପଦର୍ ଠାରେ ଅନୁଷ୍ଟିତ ହୋଇ ଯାଇଛି।ଦୁଇ ଦିନ ଧରି ଚାଲିଥିବା ଉକ୍ତ ସଭା ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ତେଲି ସମାଜ ର ମହାନୁଭବ ମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ନିଖିଳ ଉତ୍କଳ ତୈଳିକ ବୈଶ୍ୟ ସମାଜ ର ସଭାପତି ଶ୍ରୀଯୁକ୍ତ ରଘୁନାଥ ସାହୁ ଯୋଗ ଦେଇ ଥିବା ବେଳେ ଉକ୍ତ ସମାଜ ର ଉପଦେଷ୍ଟା ଅନନ୍ତ ଚରଣ ସାହୁ ଓ ରାଜନ ସାହୁ, ବଲାଙ୍ଗୀର ଜିଲ୍ଲା ତୈଳିକ ସମାଜ ର ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ସାହୁ, ବରଗଡ଼ ଜିଲ୍ଲାର ସଭାପତି ଭିକାରୀ ଚରଣ ସାହୁ, ଏବଂ ନୂଆପଡ଼ା ଜିଲ୍ଲାର ସଭାପତି ରାମ ରତନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ସା ଓ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଡୋଲାମଣୀ ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଜାତି ଭାଇ ଉପସ୍ଥିତ ରହି ଉକ୍ତ ମହାସଭା ର ଉଦ୍ଦେଶ୍ୟ ବିଷୟରେ ଅବଗତ ହୋଇ ଥିଲେ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






