ଆସିକା ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ,

Oct 2, 2024 - 15:15
 0  7
ଆସିକା ବିଜେଡିର  ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ,

ଆସିକା ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ 

ଆସିକା :ଶୁଭମ ବାର୍ତ୍ତା :- ୦୨/୧୦/ ୨୦୨୪ ଆସିକା ବିଜୁ ଜନତା ଦଳର ପକ୍ଷରୁ ମାନ୍ୟବର ରାଜ୍ୟ ସଭାପତି ତଥା ଓଡିଶା ର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହୋଦୟଙ୍କ ନିର୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି l ଅକ୍ଟୋବର ୦୨ ତାରିଖ ଠାରୁ ୦୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ମଞ୍ଜୁଳା ସ୍ୱାଇଁ ମହୋଦୟାଙ୍କ ଅଧ୍ୟକ୍ଷତାରେ ଓ ପୂର୍ବତନ Don't ପ୍ରମିଳା ବିଷୋୟୀ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ସୁରତ ପ୍ରଧାନ, ଦିଲ୍ଲୀପ ପାଣିଗ୍ରାହୀ, ନଚିକେତା ସ୍ୱାଇଁ, ରାଜେଶ ପଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ଦୋରା, ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ, ଜୟସେନ ସ୍ୱାଇଁ, ଜୟନ୍ତୀ ବେହେରା, ବିଦ୍ୟାନ୍ତ ଚର୍ଚ୍ଚି,ରଶ୍ମିତା ସେନାପତି,ପ୍ରମୁଖ ଉପସ୍ଥିତ ଥିଲେ l ଆଜି ପ୍ରଥମ ଦିବସରେ ବିଜ୍ଜୁ ପଟନାୟକ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଆସିକା ଉପଖଣ୍ଡ ମେଡିକାଲ ରେ ରୋଗୀକୁ ଫଳ ବଣ୍ଟନ ପରେ ଏନ ଏ ସି ୱାର୍ଡ ନମ୍ବର ଏକ ରୁ ପଦ ଯାତ୍ରା କରି ପୁଡ଼ୁଗେଶ୍ୱେର ପଲ୍ଲୀ ରେ ଶେଷ କରିଥିଲେ l ଆୟୋଜିତ ପଦଯାତ୍ରା l କେତେକ ସରପଞ୍ଚ , ସମିତିସଭ୍ୟ/ସଭ୍ୟi, ଏନ ଏ ସି ର କେତେକ କାଉନସିଲର ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow