ବାଇକ୍ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର,

ବାଇକ୍ ଦୁର୍ଘଟଣା ଜଣେ ମୃତ ଜଣେ ଗୁରୁତର
ଶୁଭମ ବାର୍ତ୍ତା ନର୍ଲା :- ଆଜି ଦିନ ୧୦ ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସାଲେପଡ଼ା ଠାରେ ଦୁଇ ବାଇକ୍ ହୋଣ୍ଡା ଡିଲକ୍ସ ଓ ଆପାଚି ମଧ୍ୟରେ ଶକ୍ତ ଧକ୍କା ହୋଇ ଥିଲା। ଗୋଟିଏ ବାଇକ୍ ରେ ତିନିଜଣ ଆରୋହୀ ବସି ଥିବା ବେଳେ ଅନ୍ୟ ବାଇକ୍ ରେ ଜଣେ ମାତ୍ର ଆରୋହୀ ବସି ଥିଲେ। ଉକ୍ତ ଦୁର୍ଘଟଣା ରେ ଉଭୟ ବାଇକ୍ ଆରୋହୀ ଙ୍କୁ ଗୁରୁତର ଅବସ୍ଥାରେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆ ଜାଇ ଥିଲା ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ ଅନ୍ୟ ଜଣେ ଗୁରୁତର ଆହତ ଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ଜଣକ ହେଲେ ମ ରାମପୂର୍ ବ୍ଲକ୍ ଅନ୍ତର୍ଗତ ଶିକୁଳି ଗାଁ ର ୫୦ ବର୍ଷୀୟ ମୀନକେତନ ମାଝୀ ଓ ଗୁରୁତର ଜଣକ ନର୍ଲା ବ୍ଲକ୍ ଅନ୍ତର୍ଗତ କୁର୍ମେଲ୍ ପଞ୍ଚାୟତ ର ନୂଆଁ ପଡ଼ା ବାସିନ୍ଦା ୧୯ ବର୍ଷୀୟ ଆକାଶ ବିଭାର୍ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ନର୍ଲା ଏସ୍ ଆଇ କୃତିବାସ୍ ପୁଝାରୀ ତାଙ୍କ ଟିମ୍ ସହିତ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅପ୍ରାପ୍ତ ବୟସ୍କ ଯୁବକ ଯୁବତୀ ବାଇକ୍ ଚାଳନା କରୁଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କିଛି କଟକଣା ନ ଥିବାରୁ ପ୍ରତିଦିନ ଏଭଳି ଦୁର୍ଘଟଣା ଘଟୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।
ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






