କଳାହାଣ୍ଡି ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ

କଳାହାଣ୍ଡି ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଘରୋଇ ବିଦ୍ୟାଳୟ ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ରେ ସିଓଆର ଓ ଆରଟିଇ ପ୍ରତିପୂରଣ ସମ୍ବନ୍ଧ ରେ ଆଲୋଚନ କରାଯାଇଥିଲା | ଆରଟିଇ ଅର୍ଥ ମଞ୍ଜୁର ହୋଇପଡ଼ିରହିଥିବା ସତ୍ତ୍ୱେ ସ୍କୁଲ ଗୁଡିକୁ ପ୍ରତିପୂରଣ ଦିଆଯାଉନଥିବା ରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବାକୁ ସଂଘ ତରଫରୁ ଦାଵି କରାଯାଇଛି | ଘରୋଇ ସ୍କୁଲଗୁଡିକ ସରକାରୀ ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷା ଦାନ ଦେଇଥାନ୍ତି | ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବା ନିୟମ ରହିଛି କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲଗୁଡିକ ଉପରେ ଆର୍ଥିକ ବୋଝ ବଢିଯାଉଛି | ନିଜ ଭିତ୍ତିଭୂମି ଥିବା ଘରୋଇ ସ୍କୁଲକୁ ଆଜୀବନ ଓ ଭଡ଼ା ଘରେ ପରିଚାଳନା ହେଉଥିବା ଘରୋଇ ସ୍କୁଲ କୁ ୧୦ ବର୍ଷ ର ସିଓଆର ଦେବା ପାଇଁ ଦାଵି କରାଯାଇଛି | ଜିଲ୍ଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ଼ ଶିବରାମ ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାର ୧୩ଟି ବ୍ଲକ ର ବିଭିନ୍ନ ଘରୋଇ ସ୍କୁଲର ଅଧ୍ୟକ୍ଷ, ନିର୍ଦ୍ଦେଶକ, ସ୍କୁଲ ପରିଚାଳନା କମିଟି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିବା ବେଳେ ସଂଘ ର ଭାଇସ-ଚେୟାରମ୍ୟାନ ୟୁସୁଫ ଅହମ୍ମଦ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ | ମଧୁସୁଦନ ପ୍ରଧାନ, କଳ୍ପେ ପୁରୋହିତ, ସତ୍ୟଜିତ କର, ମୁକୁନ୍ଦ ରେଡ୍ଡୀ, ମନୋଜ କୁମାର ଦାସ, ବିଜୟ ମେହେର ସମେତ ଜିଲ୍ଲା ର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ |
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?






