ତିନି ପରିବାର ଙ୍କ ଘରେ ଲାଗିଲା ନିଆଁ

Feb 16, 2025 - 19:46
 0  58
ତିନି ପରିବାର ଙ୍କ ଘରେ ଲାଗିଲା ନିଆଁ

 ରିବାରଙ୍କ ଘରେ ଲାଗିଲା ନିଆଁ,

କଳାହାଣ୍ଡି, ୧୬/୦୨ ଶୁଭମ ବାର୍ତ୍ତା,(ଜଗନ୍ନାଥ ନାଏକ) : କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ମହୁଲପଡ଼ାରେ ନିଆଁ ଲାଗି ୩ ପରିବାରଙ୍କ ଘର ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାର ହେଲେ ଭୋକରଧନ ନାଏକ, ବାଳକୃଷ୍ଣ ଦୁର୍ଗା ଓ ସୁନା ମାଝୀ । ଗରିବ ଶ୍ରେଣୀର ହୋଇଥିବାରୁ ଏହିସବୁ ପରିବାରର ଶ୍ରମିକମାନେ ମୂଲ ମଜୁରି କରିବାକୁ ବାହାରକୁ ଯାଇଥିଲେ।ମୂଳ କାମ ସାରି ଅପରାହ୍ନ ରେ ଫେରିବା ପରେ ଘରଗୁଡିକ ଗୁଡିକ ଜଳିଯାଇଥିବା ଦେଖ‌ିବାକୁ ପାଇଥିଲେ। ହେଲେ ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଖାଦ୍ୟସାମଗ୍ରୀ ଓ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ଏହାକୁ ନେଇ ସେମାନେ ଚିନ୍ତିତ ହୋଇପଡିଛନ୍ତି। ତେବେ କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ବି ସ୍ପଷ୍ଟ ଜଣାପଡିନାହିଁ ଜିଲା ପ୍ରଶାସନ ଏହି ୩ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ପଡ଼ାବାସୀ ଦାବି କରିଛନ୍ତି |

What's Your Reaction?

like

dislike

love

funny

angry

sad

wow