ମେଡିକାଲ ପରିସରରେ ସ୍ଵଛତା କାର୍ଯ୍ୟକ୍ରମ, ବିଧାୟକ ଧରିଲେ ଝାଡୁ,

Oct 2, 2024 - 15:09
Oct 2, 2024 - 15:17
 0  8
ମେଡିକାଲ ପରିସରରେ ସ୍ଵଛତା କାର୍ଯ୍ୟକ୍ରମ, ବିଧାୟକ ଧରିଲେ ଝାଡୁ,

ମେଡିକାଲ ପରିସରରେ ସ୍ଵଛତା କାର୍ଯ୍ୟକ୍ରମ, ବିଧାୟକ ଧରିଲେ ଝାଡୁ :

ଆସିକା ଶୁଭମ ବାର୍ତ୍ତା :- ୦୨/୧୦/୨୪ଆସିକା ଉପଖଣ୍ଡ ଚିକିତ୍ସାଳୟ ଏବଂ ଏନ ଏ ସି ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆସିକା ମେଡିକାଲ ପରିସରରେ ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡାକ୍ତର ବାଲ ଗୋପାଳ ବେହେରାଙ୍କ ଅଧକ୍ଷତା ରେ ବିଧାୟକ ସରୋଜ କୁମାର ପାଢ଼ୀ,ଏନ ଏ ସି ଅଧକ୍ଷl ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ଡାକ୍ତର ଦୀପକ କୁମାର ସାମାନ୍ତରାୟ, ବିଧାୟକ ପ୍ରତିନିଧି ସମ୍ବିତ ପାଢ଼ୀ,ସତ୍ୟ ନାରାୟଣ ସ୍ୱାଇଁ, ,ବିଜୟ ସ୍ୱାଇଁ,କାଉନସିଲର ନିରଞ୍ଜନ ଜେନା, ମଦନ ନାୟକ, ଭାସ୍କର ବେହେରା, ମମତା ବେହେରା, ରୀନା ବେହେରା,ସମେତ ମେଡିକାଲ ପକ୍ଷରୁ କେଦାର ପାତ୍ର, ସୋମନାଥ ବରାଡ଼, ନୀଳାଞ୍ଚଳ ତ୍ରିପାଠୀ, ଅମିତ କୁମାର ଦାସ, ରମାକାନ୍ତ ସାହୁ, ସୁନୀଲ ଘଡେଇ, ସରସ୍ବତୀ ରାଓ, ବିଶ୍ୱଜିତ ସାମନ୍ତରାୟ, ଦୀପକ ରାଉତ, ପ୍ରମୁଖ ଉପସ୍ଥିତ ରହିଥିଲେ l ମେଡିକାଲ ପରିସରରେ ସଫେଇ କରିଥିଲେ l ଦେଶର ଜ୍ୱଶଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିବସ ଠାରୁ ଆଜି ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମ ରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅଵସର ରେ ଅନେକ ସ୍ୱଛତା ଉପରେ ସଚେତନତା କାମ ଅନୁଷ୍ଠିତ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଲୋକ ଓ କର୍ମୀ ମାନଙ୍କୁ ପ୍ରତ୍ୟେକ ଦିନ ନିଜ ସମାଜ, ନିଜ ଘର, ନିଜ ଅଞ୍ଚଳ ସଫା ରଖିବା କୁ ବିଧାୟକ ସରୋଜ ପାଢ଼ୀ ମତ ରଖିଥିଲେ l ଏଥି ସହିତ ବିଧାୟକ ନିଜେ ଝାଡୁ ଧରି ସଫେଇ କରି ଅନ୍ୟ କୁ ଉଦାହରଣ ସୃଷ୍ଟି କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅଧକ୍ଷl,ଉପାଧ୍ୟକ୍ଷା,କାଉନସିଲର, ମେଡ଼ିକାଲ ଷ୍ଟାପ, ଏନ ଏ ସି କର୍ମଚାରୀ ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow