ଡ୍ରୋନ ଦ୍ୱାରା ଧାନ ଚାଷରେ ସାର ଛିଞ୍ଚନ

ଡ୍ରୋନ ଦ୍ୱାରା ଧାନ ଚାଷରେ ସାର ଛିଞ୍ଚନ
ଧର୍ମଗଡ ୧/୧୦/ଶୁଭମ ବାର୍ତ୍ତା (ଜନ୍ମେଜୟ ନାଏକ)। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ଗ୍ରାମ ପଞ୍ଚାୟତ ଅଧିନସ୍ତ ଗୋଇନ୍ଦିମୁଣ୍ଡା ଠାରେ ବଲ୍ଲଭ ରାଉତ ଙ୍କ ଚାଷ ଜମି ରେ ଡ୍ରୋନ୍ ଦ୍ଵାରା ସାର ସିଞ୍ଚନ କର।ଯାଇଛି।। ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର ଡ୍ରୋନ ସାହାଯ୍ୟରେ କେମିତି ସାର ସ୍ପ୍ରେ କରିବେ ତାହା ଡେମୋ ମାଧ୍ଯମରେ ଦେଖାଇଥିଲେ । ଦୁଇ ଏକର ଧାନ ଚାଷ ଜମି କୁ ଡ୍ରୋନ ସାହାଯ୍ୟରେ ୟୁରୀୟା ନାନୋ ଡି ଏ ପି ଛିଞ୍ଚନ କରୁଥିବା ଦେଖିବାକୁ ମିଳିଛି । ଏହି ଡ୍ରୋନ ସିଞ୍ଚନ ସମୟରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା,ବ୍ଲକ କୃଷି ଅଧିକାରୀ ନୌକେଶ୍ୱର୍ ନାଗ, ସହକାରୀ କୃଷି ଅଧିକାରୀ ଗୁଣାକର ନାଏକ ଡ୍ରୋନପରିଚାଳକ ତେଜରାମ ମେହେର, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଏଗରିକଳଚର୍ ଓଭର୍ସିଅର୍ ରେବତୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ନେଇ ଅଂଚଳର ଚାଷୀ ମାନେ ବେଶ ଉତ୍ସାହିତ ଅଛନ୍ତି।
What's Your Reaction?






