ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ,

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ,
ଶୁଭମ ବାର୍ତ୍ତା _ଭବାନୀପାଟଣା : ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଏନ୍ ଏସ୍ ଏସ୍ (ଜାତୀୟ ସେନା ଯୋଜନା) ବ୍ୟୁରୋ ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟର ନେହେରୁ ଯୁକ କେନ୍ଦ୍ର ସଂଗଠନ ମିଳିତ ଆନୁକୁଲ୍ୟରେ ତା୧୯. 0୩. ୨୦୨୫ ରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ନୋଡାଲ ଅଧୁକାରୀ ଡ.ଚିତ୍ତରଞ୍ଜନ ଖୁଣ୍ଡିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ନିତର୍କ ପ୍ରତିଯୋଗିତା ତା ୧୯. ୦୩. ୨୦୨୫ ରୁ ଆରମ୍ଭ ହୋଇ ୨୦. ୦୩. ୨୦୨୫ ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ମୋଟ୍ ୪୦୬ ଜଣ ପ୍ରତିଯୋଗିତା ଏହି କାର୍ଯ୍ୟକ୍ରମ ପାଇଁ ପ୍ରାଥମିକ ସ୍ତରରେ ମେରା ଯୁବା ଭାରତ ପୋର୍ଟାଲ ମାଧ୍ୟମରେ ଏକ ମିନିଟର ଭିଡିଓ ପଞ୍ଜିକରଣ କରିଥିବା ବେଳେ ଏକ ଚୟନ କମିଟି ମାଧ୍ୟମରେ ଭାରତ ସରକାରଙ୍କ ନିୟମ ଅନୁଯାୟୀ କଳାହାଣ୍ଡି, ରାୟଗଡା, ନୂଆପଡା ଜିଲ୍ଲାର ୧୫୦ ଜଣ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ଭାଗନେବା ଲାଗି ଚୟନ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ ଉଦ୍ଘାଟନ କରିବା ସହିତ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥୁରୂପେ କୁଳସଚିବ ଶ୍ରୀ ପିତାମ୍ବର ଭୋଇ,ଉପକୁଳ ସଚିବ ମେଜର ଡ. ଜୟଦେବ ସାହୁ ଯୋଗଦାନ କରିଥିଲେ । ଡ.ଚିତ୍ତରଞ୍ଜନ ଖୁଣ୍ଟିଆ, କାର୍ଯ୍ୟକ୍ରମ ସଂଯୋଜକ ପ୍ରାରମ୍ଭରେ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀ ଜୟନ୍ତ କୁମାର ଦଣ୍ଡସେନା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ.କୈଳାଶ ଚନ୍ଦ୍ର ଦାଶ, ବାଳ ମୁକୁନ୍ଦ ପାଲୋ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଡ. ରାଧାରାଣୀ ନାୟକ, ଭୋନ୍ମେରୀ ରଶ୍ମିତା ଏକ୍ଲା ଡ.ପ୍ରିୟ ଗଞ୍ଜନ ବେହେରା, ପ୍ରିୟବ୍ରତ ବାଣୁଆ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାଶ୍ବତ କାଳୀ, ଶ୍ରୀ ଦୀପକ କୁମାର ବେହେରା, ଅଭିଷେକ, ବିଶ୍ବ, ଅମିତ, ଲୋହିତ, ଲୋପାମୁଦ୍ରା ବିଶି, ସ୍ମୃତି ଓ ଉମେଶ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ଯୁବ ଅଧିକାରୀ, ନେହେରୁ ଯୁବ କେନ୍ଦ୍ର ସଂଗଠନ, କଳାହାଣ୍ଡି ଶ୍ରୀ ପ୍ରଶନ୍ନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






