ଓଡ଼ିଶାର ନୂଆ ରାଜ୍ୟ ପାଳ ଭାବେ ଡଃ ହରିବାବୁ କମ୍ଭମପତି,

ଓଡ଼ିଶାର ନୂଆ ରାଜ୍ୟ ପାଳ ଭାବେ ଡଃ ହରିବାବୁ କମ୍ଭମପତି,
ଭୂବନେଶ୍ଵର:ଶୁଭମ ବାର୍ତ୍ତା :- ବଦଳିଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେପଟେ ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ ।ରଘୁବରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି। ୨୦୨୩ ଅକ୍ଟୋବର ୧୮ରେ ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କୁ ନିଯୁକ୍ତି ମିଳିଥିଲା।ରାଜ୍ୟପାଳ ଭାବେ ନିଯୁକ୍ତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହରିବାବୁ କମ୍ଭମପତି କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କାମ କରିବି । ଓଡ଼ିଆ ଲୋକଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବି ବୋଲି କହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ।ତେବେ ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ। ପୂର୍ବରୁ ଶ୍ରୀ କମ୍ଭମପତି ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୨୧ ଜୁଲାଇ ମାସରେ ସେ ମିଜୋରାମର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।
What's Your Reaction?






