ପ୍ରଶାସନିକ ଉଦାସୀନତା ଓ ଠିକାଦାର ଙ୍କ ମନମୁଖୀ କାମ ଯୋଗୁଁ ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

ପ୍ରଶାସନିକ ଉଦାସୀନତା ଓ ଠିକାଦାର ଙ୍କ ମନମୁଖୀ କାମ ଯୋଗୁଁ ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ
ନର୍ଲା ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ୍ ଅନ୍ତର୍ଗତ ଶେରଗଡ଼ ପଞ୍ଚାୟତର ଉଫେର୍ ଗାଁ ରେ ପାନୀୟ ଜଳ ସଙ୍କଟ ।ଏହି ଗାଁ ରେ ୧୦୦୦ ରୁ ଉର୍ଦ୍ଧ ଲୋକ ବସବାସ୍ କରୁଥିବା ବେଳେ ମାତ୍ର ଦୁଇଟି ନଳକୂପ ଥିବାରୁ ଲୋକେ ପାନୀୟ ଜଳ ପାଇଁ ବହୁତ୍ ଅସୁବିଧା ଭୋଗୁଥିଲେ, ସେଥି ପାଇଁ ତତ୍କାଳୀନ ସରକାର୍ ଦୁଇ ବର୍ଷ ତଳେ ବସୁଧା ଯୋଜନା ମାଧ୍ୟମ ରେ ଟାଙ୍କି ନିର୍ମାଣ କରି ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଇ ଆସୁଥିଲେ। ହେଲେ ପୂର୍ବରୁ ନିମ୍ନ ମାନର କାମ ହୋଇଥିବା ଯୋଗୁଁ ମଝିରେ ମଝିରେ ମାଟି ତଳେ ପୋତା ଯାଇଥିବା ପାଇପ୍ ଫାଟି ଯିବା ଫଳରେ ଗାଁ ଲୋକଙ୍କୁ ପାନୀୟ ଜଳ ପହଞ୍ଚି ପାରୁ ନ ଥିଲା, ସେଥିପାଇଁ ଉକ୍ତ ପାଇପ୍ ଲାଇନ କୁ ମରାମତି ପାଇଁ ଜଗଦୀଶ ପ୍ରଧାନ ନାମକ ନବରଙ୍ଗପୁର ର ଏକ ଠିକାଦାର ଉକ୍ତ କାମ ର ଟେଣ୍ଡର ନେଇଥିଲେ। କାମ ଆରମ୍ଭ କରି ପାଖାପାଖି ବର୍ଷେ ବିତି ଯାଇଥିଲେ ମଧ୍ୟ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ଯାଏଁ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ପିଇବା ପାଣି ପାଇଁ ନାହି ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ ।ଏହି ପାନୀୟ ଜଳ ସମସ୍ୟା କୁ ନେଇ ଗାଁ ର ସରପଞ୍ଚ ଙ୍କ ଠାରୁ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବରେ ଜଣେଇ ଥିଲେ ମଧ୍ୟ ଆଜି ଯାଏ ଉକ୍ତ ସମସ୍ୟା ର ସମାଧାନ ହୋଇ ପାରୁ ନ ଥିବାରୁ ଆଜି ପମ୍ପ ହାଉସ ରେ ତାଲା ପକାଇ ଛନ୍ତି ଗ୍ରାମ ବାସୀ।ସେପଟେ ସରପଞ୍ଚ ଙ୍କୁ ପଚାରିବାରୁ ଆମ ଅଧୀନ ରେ କିଛି ବି ନାହିଁ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ହାତରେ ସବୁ ଅଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ଗାଁ ର ପାନୀୟ ଜଳ ର ସମସ୍ୟା ଦୂର କରିବାକୁ ଗଣମାଧ୍ୟମଜରିଆ ରେ ନିବେଦନ କରିଛନ୍ତି ଗ୍ରାମ ବାସୀ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






