ଦାଦନ ଙ୍କ ଉପରେ ମାଡିଗଲା କାର, ମୃତ ଘୋଷଣା କଲେ ଡାକ୍ତର।

ଦାଦନ ଙ୍କ ଉପରେ ମାଡିଗଲା କାର, ମୃତ ଘୋଷଣା କଲେ ଡାକ୍ତର।
କଳାହାଣ୍ଡି, ୧୪/୦୨ଶୁଭମ ବାର୍ତ୍ତା (ଜଗନ୍ନାଥ ନାଏକ) : ମୃତ୍ୟୁ ଏମିତି ବି ଆସେ, ଦାଦନ ଯାଇ ନିଜ ଘର କୁ ଫେରୁଥିବା ସମୟରେ ଆମପାଣି ରାସ୍ତା କଡ ବସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେବାରୁ ଦାଦନ ଶ୍ରମିକ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା କରିଥିବା କାର କୁ ସ୍ଥାନୀୟ ଲୋକମାନେ ଆମପାଣି ପୁଲିସ ର ଜିମା ଦେଇଛନ୍ତି। ସୂଚନା ମତେ ଛତିଶଗଡ଼ ଦେଭୋଗ ଥାନାଞ୍ଚଲ ଧରଣୀ ବାହାଲ ଗ୍ରାମର ଜଣେ ଯୁବକ ରମେଶ ଠାକୁର ( ୩୨) ବିଶାଖାପାଟଣା ଦାଦନ ଖଟିବାକୁ ଯାଇ ଏକ ବସ ରେ ଫେରି ଆମପାଣି ବସଷ୍ଟାଣ୍ଡ ନିକଟ ଏକ ଦୋକାନ ନିକଟରେ ଥିବା ବେଳେ ଏକ କାର ଆସି ଧକ୍କା ଦେଇଥିଲା।ଆମପାଣି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ସମେତ ଡ୍ରାଇଭର ଓ ଅନ୍ୟ ଜଣେ ଲୋକ ଙ୍କୁ ଥାନା ରେ ଅଟକ ରଖାଯାଇଛି।
What's Your Reaction?






