ପୋଲିସ୍ ର ଭୟରେ ଗଞ୍ଜେଇ ବୋଝେଇ ଗାଡ଼ି ଛାଡି ଫେରାର ମାରିଲେ ଗଞ୍ଜେଇ ବେପାରୀ,

ପୋଲିସ୍ ର ଭୟରେ ଗଞ୍ଜେଇ ବୋଝେଇ ଗାଡ଼ି ଛାଡି ଫେରାର ମାରିଲେ ଗଞ୍ଜେଇ ବେପାରୀ
କଳାହାଣ୍ଡି ଶୁଭମ ବାର୍ତ୍ତା :- ଆଜି ସକାଳେ କେସିଙ୍ଗା ଆଦର୍ଶ ଥାନା ASI ଡି ମୋହନ ଅମାଠ ରୁ ଏମ ରାମପୁର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ବନ୍ଧପଡା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ। ସେହି ସମୟରେ ଏମ ରାମପୁର ପଟରୁ ଆସୁଥିବା OD 03AA5585 ନମ୍ବର୍ ବିଶିଷ୍ଟ ପିକ ଅଫ ଭ୍ୟାନ ପୋଲିସ୍ ଯାଞ୍ଚ କୁ ଦେଖି ଟିକେ ଦୂର ରେ ଠିଆ ହୋଇ ଥିଲା।ପୋଲିସ୍ କୁ ସନ୍ଧେହ ହେବାରୁ ଯାଞ୍ଚ କରୁଥିବା ପୋଲିସ୍ ଅଧିକାରୀ ଡି ମୋହନ ଗାଡ଼ି ପାଖକୁ ଯିବା ସମୟରେ ଉକ୍ତ ଗାଡ଼ି ଡ୍ରାଇଭର ଓ ସହଯୋଗୀ ଗାଡ଼ି ଟି କୁ ଛାଡ଼ି ଫେରାର ମାରିଥିଲେ।ଗାଡ଼ି ଟି ବଲାଙ୍ଗୀର ଜିଲ୍ଲା ର ନମ୍ବର୍ ପଞ୍ଜୀକୃତ ଥିବା ବେଳେ, ଗାଡ଼ିଟି ଗତ ଜାନୁଆରୀ ମାସରେ ପଞ୍ଜୀକୃତ ହୋଇ ଥିବା ସୂଚନା ମିଳିଛି।ଗାଡ଼ି ଭିତରେ ଆନୁମାନିକ ୩,୭୫ କ୍ଵିଣ୍ଟାଲ ଗଞ୍ଜେଇ ଥିଲା ତାକୁ ପୋଲିସ୍ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।ପୋଲିସ୍ କୁ ଚକ୍କମା ଦେବା ପାଇଁ ଜବତ୍ ହୋଇଥିବା ଗାଡ଼ି ର ସାମ୍ନା ରେ କୁଣ୍ଡା ଓ ଧାନ ବସ୍ତା ଲୋଡ କରି ଭିତରେ ଗଞ୍ଜେଇ ରଖି ଚୋରା ଚାଲାଣ କରୁ ଥିଲେ ମାଫିଆ ମାନେ କିନ୍ତୁ ପୋଲିସ୍ ର ଭୟ ରେ ଗାଡ଼ି ଛାଡି ଫେରାର ମାରି ନିଜକୁ ପୋଲିସ୍ ହାବୁଡ଼ ରୁ ବଞ୍ଚେଇ ବାରେ ସଫଳ ହେଲେ।
କଳାହାଣ୍ଡି ରୁ ଜଗତ୍ ରାମ୍ ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






