ନର୍ଲା ବ୍ଲକ୍ ପରିସର ରେ ଅନୁଷ୍ଠିତ ହେଲା ଶିକ୍ଷିତ ବେକାର ଯୁବକ ମାନଙ୍କ ପାଇଁ ନିଯୁକ୍ତି ଶିବିର,

ନର୍ଲା ବ୍ଲକ୍ ପରିସର ରେ ଅନୁଷ୍ଠିତ ହେଲା ଶିକ୍ଷିତ ବେକାର ଯୁବକ ମାନଙ୍କ ପାଇଁ ନିଯୁକ୍ତି ଶିବିର,
ନର୍ଲା ଶୁଭମ ବାର୍ତ୍ତା :- ଭରତ ସୁରକ୍ଷ୍ୟା ଦକ୍ଷତା ଏବଂ ଏସ ଆଇ ଏସ କଟକ ପକ୍ଷରୁ ବେକାର ଯୁବକ ମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କ୍ଷେତ୍ର ରେ ନିଯୁକ୍ତି ପାଇଁ ଆଜି ନର୍ଲା ବ୍ଲକ୍ ପରିସର ରେ ଏକ ନିଯୁକ୍ତି ମେଳା ର ଆୟୋଜନ କରାଯାଇ ଥିଲା।ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଅଞ୍ଚଳ ର ଶତାଧିକ ବେକାର ଯୁବକ ଯୋଗ ଦେଇ ଥିଲେ। ଏଥି ନିମନ୍ତେ ପ୍ରାର୍ଥୀ ମାନଙ୍କ ର ବୟସ ୧୯ ରୁ ୪୦ ବୟସ,ଓ ଶିକ୍ଷ୍ୟା ଗତ ଯୋଗ୍ୟତା ଦଶମ ପାସ୍ ୧୬୭, ୫ ସେ ମି ଓ ଓଜନ ୫୬ ରୁ ୯୦ କିଲୋ ଏବଂ ଶାରୀରିକ ସୁସ୍ଥ ହୋଇଥିବା ଆବଶ୍ୟକ। ଚୟନ ପ୍ରାର୍ଥୀ ମାନଙ୍କୁ କଟକ ଚୌଦ୍ଵାର ରେ ଏସ ଆଇ ଏସ ଲିମିଟେଡ ତରଫରୁ ଏକ ମାସ ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତାଲିମ୍ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ ପ୍ରାର୍ଥୀ ଙ୍କୁ ସ୍ଥାୟୀ ନିଯୁକ୍ତି ରେ ରାଜ୍ୟ, ତଥା ଦେଶ ର ବିଭିନ୍ନ ଜଣା ଶୁଣା ସଂସ୍ଥା ଯଥା ଶିଳ୍ପ କେନ୍ଦ୍ର, ବ୍ୟାଙ୍କିଙ୍ଗ କ୍ଷେତ୍ର, କର୍ପୋରେଟ, ହସ୍ପିଟାଲ ଆଦି କ୍ଷେତ୍ର ରେ ମାସିକ ୧୪୦୦୦ ଦରମା ରୁ ୨୫ ହଜାର ପର୍ଯ୍ୟନ୍ତ ଦରମା ଦିଆଯିବା ବ୍ୟବସ୍ଥା ରହିଛି। ଏଥି ସହିତ ଇ ପି ଏଫ୍, ଇ ଏସ ଆଇ, ଗ୍ରାଚୁଟି , ବୋନସ, ଓ ସ୍ବାସ୍ଥ୍ୟ ବୀମା, ବାର୍ଷିକ ବେତନ ବୃଦ୍ଧି, ପେନସନ, ଇତ୍ୟାଦି ର ସୁବିଧା ସୁଯୋଗ ରହିଛି।ଅନ ଲାଇନ ରେଜିଷ୍ଟେସନ ଫି ବାବଦକୁ ୩୫୦ ଟଙ୍କା ନିଆ ଯାଇ S I S ପକ୍ଷ ରୁ ରସିଦ ମଧ୍ୟ ଦିଆ ଯାଇ ଥିଲା।ଉକ୍ତ କାର୍ଯ୍ୟକ୍ରମରେ S I S ର ଇନ୍ସପେକ୍ଟର ବିଶ୍ୱଜିତ୍ ସ୍ୱାଇଁ ଯୋଗ ଦେଇ ୨୦ ଉର୍ଦ୍ଧ ବେକାର ଯୁବକ ମାନଙ୍କୁ ଚୟନ କରି ଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା
What's Your Reaction?






