ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେଲେ ନର୍ଲା ରୋଡ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କର

Aug 28, 2024 - 05:40
Aug 28, 2024 - 05:45
 0  75
ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେଲେ ନର୍ଲା ରୋଡ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କର

 ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହେଲେ ନର୍ଲା ରୋଡ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର,

ଶୁଭମ ବାର୍ତ୍ତା ନର୍ଲା :- ସମାଜ ରେ ଗୁରୁ ହିଁ ନମସ୍ୟ, ସେ ନିଜ ଏକାଗ୍ରତା ଓ ଦକ୍ଷତା ବଳ ରେ ଅନେକ ସମ୍ମାନ ର ଅଧିକାରୀ ହୋଇ ପାରି ଥାନ୍ତି।ଆମେ କହୁଛୁ ଏ ଭଳି ଏକ ଗୁରୁ ଙ୍କ କଥା, ସେ ହେଉ ଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ମହୋଦୟ ଙ୍କ କଥା । ନର୍ଲା ଅଞ୍ଚଳ ର ବିଜ୍ଞାନ ଶିକ୍ଷକ କହିଲେ ଲୋକେ ତାଙ୍କ ନା ପ୍ରଥମେ ମନେ ପକାନ୍ତି। ବିଜ୍ଞାନ ବିଷୟ ରେ ତାଙ୍କର ଗଭୀର ଜ୍ଞାନ ଅଛି, ସ୍କୁଲ ରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ବିଜ୍ଞାନ ବିଷୟ ରେ ପ୍ରାଞ୍ଜଳ ଭାବରେ ବୁଝାଇ ଥାନ୍ତି। ତାଙ୍କ ଠୁ ବିଦ୍ୟା ଗ୍ରହଣ କରି ଥିବା ଅନେକ ଛାତ୍ର ଛାତ୍ରୀ ମଧ୍ୟ ସରକାରୀ ଚାକିରୀ ପାଇ ସାରିଛନ୍ତି । ମିଷ୍ଠ ଭାଷୀ ଯୋଗୁଁ ସେ ସ୍କୁଲ ତଥା ନର୍ଲା ଅଞ୍ଚଳ ରେ ସମସ୍ତ ଙ୍କ ର ପ୍ରିୟ ପାତ୍ର ସୋଇପାରିଛନ୍ତି। ବିଜ୍ଞାନ କୁ ନେଇ ଅନେକ ସ୍ଥାନ ରେ ବିଭିନ୍ନ ପୁରସ୍କାର ମାନ ପାଇଥିବା ବେଳେ ୨୦୨୩ ରେ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଦିନ କେନ୍ଦ୍ର ସରକାର ତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ବା ରାଷ୍ଟ୍ରପତି ପୁରସ୍କାର ପାଇ ବା ପାଇଁ ମନୋନୀତ କରିଛନ୍ତି। ଆମ ଓଡ଼ିଶା ରେ ଦୁଇ ଜଣ ଶିକ୍ଷକ ଙ୍କୁ ଏହି ପୁରସ୍କାର ମିଳିବାକୁ ଥିବା ବେଳେ ଶ୍ରୀ ଯୁକ୍ତ ସନ୍ତୋଷ କୁମାର କର ମଧ୍ୟ ମନୋନୀତ ହୋଇ ଥିବା ରୁ ନର୍ଲା ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯିବା ସହ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow