ଭଟାଙ୍ଗ ଗାଁ ର ବରିଷ୍ଟ ନାଗରିକ ତୀର୍ଥ ବାଗ୍ ଙ୍କ ପରଲୋକ,ପରିବାର ରେ ଶୋକ ର ଛାୟା

Apr 10, 2025 - 05:19
 0  72
ଭଟାଙ୍ଗ ଗାଁ ର ବରିଷ୍ଟ ନାଗରିକ ତୀର୍ଥ ବାଗ୍ ଙ୍କ ପରଲୋକ,ପରିବାର ରେ ଶୋକ ର ଛାୟା

ଭଟାଙ୍ଗ ଗାଁ ର ବରିଷ୍ଟ ନାଗରିକ ତୀର୍ଥ ବାଗ୍ ଙ୍କ ପରଲୋକ,ପରିବାର ରେ ଶୋକ ର ଛାୟା,

ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ପଞ୍ଚାୟତ ଭଟାଙ୍ଗ ଗ୍ରାମର ବିଶିଷ୍ଟ ଜ୍ୟୋତିର୍ବିତ୍ତ ତଥା ଖଡ଼ିକାର ତିର୍ଥବାଗ୍ ଙ୍କ ୭୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି।ସେଜଣେ ଅତି ମେଳାପି ବ୍ୟକ୍ତି ଥିଲେ।ତାଙ୍କ ମୃତ୍ୟ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଜଣେ ପୁଅ ଓ ଚାରି ଜଣ ଝିଅ ଅଛନ୍ତି ।ଗାଁ ନିକଟସ୍ତ ଶ୍ମଶାନ ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇ ଥିବା ବେଳେ ତାଙ୍କ ପୁଅ ମୁକ୍ଷାଗ୍ନି ଦେଇ ବାପାଙ୍କୁ ଶେଷ ବିଦାୟ ଦେଇଛନ୍ତି। ତାଙ୍କ ମୃତ୍ୟୁ ରେ ,ନର୍ଲା ବିଧାୟକ ମନୋରମା ମହାନ୍ତି,ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସର୍ଗୀଗୁଡ଼ା ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ , ପୂର୍ବତନ କଂଗ୍ରେସ ବ୍ଲକ ସଭାପତି ଦେବି ଶର୍ମା ,ସୁଧୀର ନାଏକ,କୁମୁଦ ନାଏକ,ଚିରଞ୍ଜିବି ଗୌଡ଼ିଆ, ପୂର୍ବ ତନ ସରପଞ୍ଚ ନରସିଂହ କୁମାର, ସାମ୍ବାଦିକ ଅଭିରାମ ନନ୍ଦ, ଜଗତ ରାମ ସାହୁ, ଦୀପକ୍ ଠାକୁର୍,ନୀଳକଣ୍ଠ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମା ର ସଦ୍ ଗତି କାମନା କରିଛନ୍ତି।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow