ସର୍ଗିଗୁଡ଼ା ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Jan 20, 2025 - 18:07
Jan 20, 2025 - 18:10
 0  64
ସର୍ଗିଗୁଡ଼ା ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

 ସର୍ଗିଗୁଡ଼ା ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ,

ଶୁଭମ ବାର୍ତ୍ତା :- ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ରାଜ୍ୟ ର ବିଭିନ୍ନ ବ୍ଲକ୍ ସହିତ ପଞ୍ଚାୟତ ସ୍ତରରେ ମଧ୍ୟ ରାଜ୍ୟ ସରକାର ଙ୍କ ତରଫ ରୁ ଅଭିଯୋଗ ଶୁଣାଣି ମାନ ଅନୁଷ୍ଟିତ ହୋଇ ଲୋକଙ୍କ ସମସ୍ୟା ଶୁଣିବା ସହିତ ତାର ସମାଧାନ ର ବାଟ ବାହାର କରୁଥିବା ବେଳେ ସୋମ ବାର୍ ଦିନ ନର୍ଲା ବ୍ଲକର ସର୍ଗିଗୁଡ଼ା ଗ୍ରାମପଞ୍ଚାୟ ରେ ମଧ୍ୟ ସର୍ଗିଗୁଡ଼ା ପଞ୍ଚାୟତ ର ନାଏବ ସରପଞ୍ଚ ସୁମିତ୍ରା ଓଝାଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଥିଲା। ଏଥିରେ ନର୍ଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଉପସ୍ଥିତ ରହି ବିଭିନ୍ନ ଲୋକଙ୍କ ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ।ଏଥିରେ ପିଡ଼ିଏସ, ସୁଭଦ୍ରା ଯୋଜନରେ ବାଦ ପଡିଥିବା ଏବଂ ଅନ୍ୟାନ୍ୟ ଅଭିଯୋଗ ହୋଇଥିଲା ।ସର୍ବମୋଟ ୮୨ ଜଣ ଅଭି ଯୋଗ କାରୀ ନାମ ପଞ୍ଜିକରଣ କରିଥିଲେ । , ବି ଏସ ଏସ ଓ ନର୍ଲା,ସମସ୍ତ ୱାର୍ଡ ସଭ୍ୟ , ବନକର୍ମ ଚାରି,ବିଜୁଳି ବିଭାଗ, ପଞ୍ଚାୟତ ପି ଇ ଓ ଜଗଜିବନ୍ ସାହୁ ପଞ୍ଚାୟତ ସ୍ତରୀୟ ସମସ୍ତ କର୍ମ ଚାରି ଉପସ୍ଥିତ ରହିଥିଲେ ।ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି କୁମାର ନାଏକ ମଞ୍ଚ ପରି ଚାଳନା କରିଥିବା ବେଳେ ନାଏବ ସରପଂଚ ସୁମିତ୍ରା ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

      ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow