ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ,ମଟର ସାଇକେଲ ଗ୍ୟାରେଜ ଓ ହୋଟେଲ ସହିତ ଭାଙ୍ଗିଲା ଘର।

Sep 10, 2024 - 08:42
 0  19
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ,ମଟର ସାଇକେଲ ଗ୍ୟାରେଜ ଓ ହୋଟେଲ ସହିତ ଭାଙ୍ଗିଲା ଘର।

ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ,ମଟର ସାଇକେଲ ଗ୍ୟାରେଜ ଓ ହୋଟେଲ ସହିତ ଭାଙ୍ଗିଲା ଘର।

 ଲାଞ୍ଜିଗଡ (ଶୁଭମ ବାର୍ତ୍ତା )କଳାହାଣ୍ଡି ଜିଲ୍ଲାରେ ଲଗୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ଅନେକ ସ୍ଥାନରେ ଗଛ ମଧ୍ୟ୍ୟ ଭାଙ୍ଗିପଡିଛି l ଲଗାଣ ବର୍ଷାର ପ୍ରଭାବରେ ପ୍ରଭାବିତ ହେଉଛନ୍ତି ଲୋକେ। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଥୁଆଙ୍ଗ ପଦର ଗାଁର ଗୌର ନାଏକ ଙ୍କ ଘର ଭାଙ୍ଗିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ ।ଦିନ ତମାମ ତୁହାକୁ ତୁହା ବର୍ଷା ସମେତ ପବନ ଲାଗିରହି ଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗିଛି l ସେହି ପରି ବିଶ୍ଵନାଥପୁର ମୁଖ୍ୟ ରାସ୍ତା କଡରେ ଥିବା ବିରାଟ ନୀଳଗିରି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଯାନବାହାନ ଯାତାୟତ ଠପ ପଡିଛି l ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥ ପୁର ପରିସରରେ ଥିବା ଏକ ନୀଳଗିରି ଗଛ ଭାଙ୍ଗିବା ପରେ ପାଶ୍ୱର୍ରେ ଥିବା ହୋଟେଲ, ମଟର ସାଇକେଲ ଗ୍ୟାରେଜ ଓ କୃଷ୍ଣ ବେହେରାଙ୍କ ଘରରେ ଗଛ ପଡିଯିବାରୁ ଗ୍ୟାରେଜରେ ଥିବା ମଟରସାଇକେ ଚୁରମାର ହୋଇ ଯାଇଛି l ହୋଟେଲ ମାଳିକ କୃଷ୍ଣ ବେହେରାଙ୍କ ଘରରେ ଗଛ ପଡ଼ି ଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।ଗଛ ପଡ଼ି ଯିବାପରେ ବିଶ୍ଵନାଥପୁର ଓ ଲାଞ୍ଜିଗଡ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟିବାରୁ ଅଗ୍ନିଶମ ବାହିନୀଙ୍କୁ ଘର ମାଲିକ ଗଛ କାଟିବାକୁ ମନା କରିଥିଲେ ମୋର କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଗଛ କାଟି ପାରିବେନାହିଁ କହିବାରୁ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ଓ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କଲା ପରେ ସ୍ଥିତି ସ୍ଵଭାବିକ ହୋଇଥିଲା ଲ

ଲାଞ୍ଜିଗଡ ରୁ ତୁଳସୀ ରାମ ପ୍ରଧାନୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow